ରାଜ୍ୟର ୭ ଜଣ ବରିଷ୍ଠ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର

Published By : Prameya-News7 Bureau | August 10, 2020 IST

ଭୁବନେଶ୍ୱର, ୧୦|୦୮:  ରାଜ୍ୟର ୭ଜଣ ବରିଷ୍ଠ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା କଳା ଏକାଡେମୀ ତରଫରୁ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଆଦି କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି ।

‘ଧର୍ମପଦ’ ପୁରସ୍କାର ଭାବରେ ନାମିତ ଏହି ସମ୍ମାନଲାଭ କରିଛନ୍ତି ରାଜ୍ୟର ୭ଜଣ ବରିଷ୍ଠ ଶିଳ୍ପୀ । ୨୦୦୯ ମସିହା ପାଇଁ ଗୋକୁଳୀ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଡକ୍ଟର ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ଦିନନାଥ ପାଠୀ, ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଶିଳ୍ପୀମାନଙ୍କର ଜୀବନବ୍ୟାପୀ ସାଧନା ଓ ରାଜ୍ୟର କଳାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ସମ୍ମାନିତ କରିଛନ୍ତି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ପ୍ରତି ଶିଳ୍ପୀଙ୍କୁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ତାମ୍ର ଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.