ଚାଷୀ ଓ କ୍ଷୁଦ୍ରଶିଳ୍ପ ନିଗମର ନିଜସ୍ବ କୋଠା-ଧର୍ମପଦର ଉଦଘାଟନ: ବେକାରୀ ସମସ୍ୟା ପାଇଁ ରାଜ୍ୟ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | August 30, 2018 IST

ଭୁବନେଶ୍ବର୩୦|୮:  ଜାତୀୟ SCST ହବ୍‌ ରାଜ୍ୟ ସମ୍ମିଳନୀ ଓ ପ୍ରଦର୍ଶନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଅନୁଷ୍ଠିତ ହୋଇଛି। ଏଥିରେ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଗିରିରାଜ ସିଂଙ୍କ ସହ କେନ୍ଦ୍ର MSME ସଚିବ ଅରୁଣ ପଣ୍ଡା ଓ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌.ଏନ୍‌ ଗୁପ୍ତା ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି କେନ୍ଦ୍ର MSME ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଛୋଟ ଛୋଟ ପ୍ରକଳ୍ପ ମାଧ୍ୟମରେ ଓଡିଶାର ଲୋକଙ୍କୁ ରୋଜଗାର ଦେବାକୁ କେନ୍ଦ୍ର ସରକାରଙ୍କ MSME ବିଭାଗ ପ୍ରତିଶୃତିବଦ୍ଧ । ଏହି ଆଧାରରେ ଓଡିଶାରେ One District one product କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ଜିଲ୍ଲାର ପ୍ରସିଦ୍ଧ ଦ୍ରବ୍ୟ ମାଧ୍ୟମରେ ଲୋକଙ୍କୁ ରୋଜଗାର ଦିଆଯିବ । ଓଡିଶା ଉପକୂଳରେ କିଆଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ଏ ପ୍ରକଳ୍ପକୁ ବିରୋଧ କଲେ କେନ୍ଦ୍ର MSME ବିଭାଗ ଖୁବଶୀଘ୍ର ଓଡିଶାରେ କିଆଫୁଲ ଚାଷ ପାଇଁ ପ୍ରକଳ୍ପ ଆରମ୍ଭ କରିବ । କେନ୍ଦ୍ର MSME ବିଭାଗ ପକ୍ଷରୁ କନ୍ଧମାଳ ହଳଦୀକୁ ବିଶ୍ବ ସ୍ତରରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସେ କହିଛନ୍ତି । ତେବେ ଏସବୁ କ୍ଷେତ୍ରରେ ଆଦିବାସୀ ଓ ହରିଜନ ଯୁବକ ଯୁବତୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଏନେଇ ଦୁଇଟି MOU ସ୍ବାକ୍ଷରିତ ହୋଇଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦିବାସୀ ଓ ହରିଜନ ଯୁବକ ଯୁବତୀଙ୍କୁ LPG ଗ୍ୟାସ ବିତରଣ ଦାୟିତ୍ବ ଦେଇଛନ୍ତି । ଓଡିଶାରେ ସମୁଦାୟ ୩୫୦ ଯୁବ ଯୁବତୀଙ୍କୁ ଗ୍ୟାସ ବିତରଣ ପାଇଁ ଲାଇସେନ୍ସ ବିତରଣ କରାଯାଇଛି ।ସେଥିରୁ ୮୦ ଜଣ ଆଦିବାସୀ ଓ ହରିଜନ ଯୁବକ ଯୁବତୀ ଅଛନ୍ତି ।  ରାଜ୍ୟରେ ବେରୋଜଗାର ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ଛୋଟ ଛୋଟ ଉଦ୍ୟେଗକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । SCST ଯୁବକ ଯୁବତୀଙ୍କୁ ସହଜରେ ବିଭିନ୍ନ କ୍ଷେତ୍ରରେ ଋଣ ଯୋଗଇଦେବାକୁ ବ୍ୟାଙ୍କର ମାନଙ୍କ ସହ କଥା ହେବେ । ହବ୍‌ରେ ହୋଇଥିବା ପ୍ରଦର୍ଶନୀରେ ବିଭିନ୍ନ ଷ୍ଟଲ ମାଧ୍ୟମରେ MSME ବିଭାଗ ପକ୍ଷରୁ SCST ବର୍ଗଙ୍କ ପାଇଁ ଥିବା ସୁବିଧା ପ୍ରଦର୍ଶନ କରାଯାଇଛି । ଏହାସହ ଚାଷୀ ଓ କ୍ଷୁଦ୍ରଶିଳ୍ପ ନିଗମର ନିଜସ୍ବ ବିଲ୍ଡି ଧର୍ମପଦର ଉଦଘାଟନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.