ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ : ନର୍ସଙ୍କୁ ଆକ୍ରମଣ, ଡ୍ରେସିଂ ରୁମରେ କଲେ ଭଙ୍ଗାରୁଜା

Published By : Prameya-News7 Bureau | July 26, 2021 IST

ଧର୍ମଗଡ, ୨୬|୦୭ :  ହସ୍ପିଟାଲରେ ୨ ଯୁବକଙ୍କ ଉନ୍ମତ୍ତକାଣ୍ଡ । ନର୍ସଙ୍କ ରୁମରେ କଲେ ଭଙ୍ଗାରୁଜା ।  ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ।

ସୂଚନା ଅନୁସାରେ, ଜଣେ ମହିଳାଙ୍କୁ ରକ୍ତ ଦେବା ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟା ସମୟରେ ତାଙ୍କୁ ଡ଼ିସ୍ ଚାର୍ଜ କରି ଘରକୁ ନେବା ପାଇଁ ୨ ସମ୍ପର୍କୀୟ ନର୍ସଙ୍କୁ ଜଣାଇଥିଲେ। ପରେ ନର୍ସ ରେଜିଷ୍ଟ୍ରରରେ ଦସ୍ତଖତ କରି ନେବା ପାଇଁ କହିବାରୁ ରାଗିଯାଇଥିଲେ । ଏତିକି ଶୁଣି ୨ଯୁବକ ନର୍ସ ରୁମରେ ଭଙ୍ଗା ରୁଜା କରିବା ଆରମ୍ଭ କରିଥିଲେ। ଏପରିକି ନର୍ସ, ସିକ୍ୟୁରୀଟି ଗାର୍ଡଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।

ଏହାସହିତ ଡାକ୍ତର ଡ୍ୟୁଟି ରୁମ ଏବଂ ଡ୍ରେସିଂ ରୁମରେ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ୫କର୍ମଚାରୀ ଆହତ ହୋଇଥିଲେ । ପୋଲିସର ହସ୍ତକ୍ଷେପ ପରେ ଏହି କାଣ୍ଡ ଭିଆଇଥିବା ୨ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.