ଧରାବୀରେ ପୁଣି କରୋନା blast,୧୦ ଦିନରେ ୧୮୦ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | September 26, 2020 IST

ମୁମ୍ବାଇ ୨୬।୯: ଦେଶରେ କରୋନା ସଂକ୍ରମଣ କାଳରେ ମୁମ୍ବାଇର ବସ୍ତି ଧରାବୀ ଚର୍ଚ୍ଚାକୁ ଆସିଥିଲା। ଏଠାରେ ପ୍ରଥମ ପଜିଟିଭ ଚିହ୍ନଟର ମାତ୍ର କିଛି ଘଣ୍ଟାରେ ସଂକ୍ରମଣ ବ୍ୟାପିଯାଇଥିଲା। ପ୍ରାଥମିକତା ଭିତ୍ତିରେ ଧରାବୀକୁ ସଂକ୍ରମଣ ମୁକ୍ତ କରିବାକୁ ଉଦ୍ୟମ କରାଯାଇଥିବା ବେଳେ ଗତ ଜୁନମାସରେ ଏହି ବିଶାଳ ବସ୍ତିକୁ କୋଭିଡ ମୁହଁରୁ ଉଦ୍ଧାର କରିବାରେ ସରକାର ଓ ପ୍ରଶାସନ ସଫଳ ହୋଇଥିଲେ। ଏଣୁ ସାରା ଦେଶରେ ଧରାବୀ ମଡେଲ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ସମ୍ପୂର୍ଣ୍ଣ ସଂକ୍ରମଣ ମୁକ୍ତ ଧରାବୀରେ ଏବେ ଆସିଛି କରୋନା ଦ୍ୱିତୀୟ ଲହର।

{"id":334978,"sizeSlug":"large"}

ଧରାବୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଯାଇଛି। ଗତ ୧୦ ଦିନ ହେଲା  ବସ୍ତିରେ ପ୍ରତିଦିନ ଦୁଇ ଅଙ୍କରେ ସଂକ୍ରମିତ ବାହାରିବାରେ ଲାଗିଛନ୍ତି। ଫଳରେ ବସ୍ତିରେ ଏବେ ମୋଟ ଆକ୍ଟିଭ କେସ୍‌ ୧୮୦କୁ ପାର ହୋଇଯାଇଛି। ଗତ ପ୍ରାୟ ସପ୍ତାହେ ହେଲା ଏଠାରେ ଦୈନିକ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି। ଗତ ଏପ୍ରିଲ ୧ ତାରିଖରେ ଧରାବୀରେ ପ୍ରଥମ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଦେଖୁ ଦେଖୁ ବସ୍ତିରେ ଲୋକଙ୍କ ମୃତ୍ୟୁ ଆରମ୍ଭ ହୋଇଯାଇଥିଲା। ଏଠାରେ ଲୋକେ କରୋନାରେ କମ ହୃଦଘାତରେ ଅଧିକ ଆକ୍ରାନ୍ତ ହେବାରେ ଲାଗିଥିଲେ। ପରେ ଏପ୍ରିଲ ୭ ତାରିଖରୁ ଏଠାରେ କ୍ୟାମ୍ପ କରାଯାଇ କୋଭିଡ ନିୟନ୍ତ୍ରଣ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିରେ ଲୋକଙ୍କୁ ମାସ୍କ ଓ ହ୍ୟାଣ୍ଡ ସଇଟାଇଜ ନେଇ ସଚେତନ କରାଯିବା ସହ କ୍ୟାମ୍ପରେ ପ୍ରତିଦିନ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ଜ୍ୱର ଅଥବା ଲକ୍ଷଣ ଥିବା ଲୋକଙ୍କୁ ପୃଥକ କରାଯିବାରେ ଲାଗିଥିଲା। ଫଳରେ ଦିନ କେଇଟାରେ ସଂକ୍ରମଣ ହ୍ରାସ ହେବାରେ ଲାଗିଥିବା ବେଳେ ଜୁନମାସ ବେଳକୁ ଧରାବୀ ସଂକ୍ରମଣ ମୁକ୍ତ ହୋଇଯାଇଥିଲା।  

{"id":334979,"sizeSlug":"large"}

ପ୍ରବାସୀଙ୍କ ସାଙ୍ଗରେ ଫେରିଲା କୋଭିଡ
ଧରାବୀରେ କୋଭିଡ ଯାଞ୍ଚ ବଢିବଢି ଚାଲିବା ବେଳେ ଅନେକ ଲୋକେ ବସ୍ତି ଛାଡି ପଳାୟନ କରିଥିଲେ। ଏଠାରେ ବସବାସ କରୁଥିବା ୟୁପି, ବିହାର, କେରଳ ଓ ମଧ୍ୟପ୍ରଦେଶର ଲୋକେ ନିଜନିଜ ରାଜ୍ୟକୁ ଫେରିଯାଇଥିଲେ। ଫଳରେ ଅଞ୍ଚଳରେ ଜନ ସଂଖ୍ୟା ହ୍ରାସ ହୋଇଥିଲା। ଗୋଟିଏ ପଟେ ଜନସଂଖ୍ୟା ହ୍ରାସ ହୋଇଥିବା ବେଳେ ଅନ୍ୟପଟେ ସଂକ୍ରମଣ ମଧ୍ୟ ହ୍ରାସ ହୋଇଥିଲା। ଲୋକେ ବେଶ୍ ସୁସ୍ଥ ଜୀବନ ଯାପନ ଆରମ୍ଭ କରିଦେଇଥିଲେ। ବସ୍ତିରେ ରହୁଥିବା ଲୋକଙ୍କ ମଧ୍ୟରେ କରୋନାକୁ ନେଇ ପୂର୍ବ ଡର ନଥିବା ବେଳେ ମାସ୍କ, ସାନିଟାଇଜର ଅଭ୍ୟାସ ମଧ୍ୟ ଛାଡି ଦେଇଥିଲେ। ଏଥିରେ ଲୋକେ ପୁଣି ବସ୍ତିକୁ ଫେରିବା ସଂକ୍ରମଣର କାରଣ ପାଲଟିଛି।

{"id":334980,"sizeSlug":"large"}

ଧରାବୀରେ ଏବେ ଏପ୍ରିଲ ମାସ ଭଳି ଲୋକଙ୍କ କୋଭିଡ ଯାଞ୍ଚ ହେଉନି। ଲୋକଙ୍କ ଘରେ ୱାସ୍‌ରୁମ ନାହିଁ ସମସ୍ତେ ସାର୍ବଜନିକ ଶୌଚାଳୟ ବ୍ୟବହାର କରୁଛନ୍ତି। ଏଣୁ ସଂକ୍ରମଣର ଆଶଙ୍କା ଏବେ ପୁଣି ବଢିଯାଇଛି। ଏଣୁ ଏବେ ତୁରନ୍ତ ପଦକ୍ଷେପ ନିଆ ନଗଲେ ଧରାବୀ ପୁଣି ପୂର୍ବ ପରିସ୍ଥିତିକୁ ଫେରି ନଯିବ ତାହା କୁହାଯାଇ ନପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.