Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରୀ ଯୋଜନାରୁ ବଞ୍ଚିତ କେନ୍ଦୁଝରର ବୀରପୁତ୍ର ମହାନ ବିପ୍ଳବୀ ଧରଣୀଧର

5/05/2018 at 12:05 PM

କେନ୍ଦୁଝରର ବରପୁତ୍ର ଓ ବୀରପୁତ୍ର ମହାନ ବିପ୍ଳବୀ ଧରଣୀଧରଙ୍କ ୧୫୪ ତମ ଜୟନ୍ତୀ ଆଜି କେନ୍ଦୁଝର ସଦରମହକୁମାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଭୂୟାଁ ସାଂସ୍କୃତିକ ସଂଗଠନ, କେନ୍ଦୁଝରଙ୍କ ମିଳିତ ଆୟୋଜନରେ ଏହି ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନଗର ଭବନଠାରେ ଜିଲ୍ଲାପାଳ ଆଶିଷ ଠାକରେ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉତ୍ସବରେ ଓଡିଶାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥତ୍ ଭାବେ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରି ଏହାର ଶୁଭଉଦ୍ଘାଟନ କରିଥିଲେ । ଏହି ଅବସର ସଦର ଓ ଆନନ୍ଦପୁର ବିଧାୟକ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହି ଅବସର ରେ ବିଭିନ୍ନ କ୍ଷତ୍ର ରେ ସଫଳତା ହାସଲ କରିଥିବା ଭୂୟାଁ ବର୍ଗର ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନ୍ଥଚ୍ଛ କରାଯାଇଥିଲା ।

Leave a Reply

   Related Posts