ସ୍ତ୍ରୀକୁ ଭାଉଜ ଆଉ ଝିଅକୁ ଝିଆରୀ: ୭ ବର୍ଷ ସମ୍ପର୍କ ପରେ ୭ ମାସର ଗର୍ଭବତୀ କରି ଛାଡ଼ିଦେଲା ପ୍ରେମିକ, ଏବେ ଧାରଣାରେ ବସିଛି ପ୍ରେମିକା

Published By : Prameya-News7 Bureau | May 18, 2022 IST

ନବରଙ୍ଗପୁର ୧୮।୦୫: ସ୍ତ୍ରୀକୁ ଭାଉଜ ଆଉ ଝିଅକୁ ଝିଆରୀ । ଏପିରି ଡାହା ମିଛ କହି ଅନ୍ୟ ଯୁବତୀଙ୍କ ରଖିଚାଲିଲା ସଂପର୍କ । ବିବାହର ମିଛ ପ୍ରଲୋଭୋନ ଦେଖାଇ ରଖିଥିଲା ଶାରିରୀକ ସଂପର୍କ । ଯୁବତୀ ବାହା ହେବାକୁ କହିବାରୁ ଚମ୍ପଟ ମାରିଲା ପ୍ରେମିକ । ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ଧାରଣା ଦେଇଛି ୭ ମାସର ଗର୍ଭବତୀ ପ୍ରେମିକା ।   ନବରଙ୍ଗପୁର ପାପଡ଼ାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଛତ୍ରଭର ଗାଁରେ ଘଟିଛି ଏଭଳି ଅଭାବନୟୀ ଘଟଣା ।

ଖବର ଅନୁଯାୟୀ, ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଛତ୍ରଭର ଗାଁର ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଖାତିଗୁଡା ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ଝିଅକୁ ଝିଆରୀ ବୋଲି ମିଛ କହି ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।

wp:html /wp:html

ତେବେ ଯୁବତୀ ଜଣଙ୍କ ବିବାହ କରିବାକୁ ଜିଦ୍ କରିବାରୁ ଲାଇଜର ପାପଡାହାଣ୍ଡି ଗାଁରେ ଏକ ମାସ ଓ ପରେ ଉମରକୋଟ ସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ୨ ବର୍ଷ ରଖିଥିଲେ। ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିବା ପରେ ଏବେ ନିଜ ଘରକୁ ନେଇ ଆସିଥିଲା। ହେଲେ ଲାଇଜରର ପରିବାର ଲୋକେ ଯୁବତୀଙ୍କୁ ଘରେ ପୁରାଇ ଦେଇନଥିଲେ। ତାଙ୍କର ସମସ୍ତ ଲୁଗାପଟା ବାହାରେ ଫିଙ୍ଗି ଦେଇଥିଲେ। ଫଳରେ ଗର୍ଭବତୀ ଯୁବତୀ ଲାଇଜରଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ସେପଟେ ଲାଇଜର ଘର ଛାଡ଼ି ଫେରାର୍ ହୋଇଯାଇଛନ୍ତି।

ତେବେ ଗତ ୧୫ ଦିନ ହେବ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ବାର ଦ୍ଵାର ବୁଲୁଥିବା ଥିବା ବେଳେ ୧ ମାସ ପୂର୍ବରୁ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯୁବତୀ ଜଣଙ୍କ ନ୍ୟାୟ ଅପେକ୍ଷାରେ ପ୍ରେମିକଙ୍କ ଘର ଆଗରେ ବସିରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.