ସ୍କୁଲ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ, ସିଆରସିସିଙ୍କୁ ତାଲା ପକାଇବା ସହ ଗଣଧାରଣା

Published By : Prameya-News7 Bureau | October 22, 2020 IST

ଖଲ୍ଲିକୋଟ ୨୨।୧୦: ସ୍କୁଲ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କଣମଣା ଅଧିକ ଚଷାକଣମଣା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ୟ ଏକ ସ୍କୁଲରେ ମିଶ୍ରଣକୁ ବିରୋଧ କରୁଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀମାନେ ଧାରଣା ଦେବା ସହ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଚଷାକଣମଣା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ପର୍ଯ୍ୟନ୍ତ ୩୬ ଛାତ୍ର ଛାତ୍ରୀ ପଡୁଛନ୍ତି  । ସେମାନେ ଅନ୍ୟ ଏକ ପଂଚାୟତକୁ ଯାଇ ସେଠାରେ ଥିବା ସ୍କୁଲରେ ପଢିବାକୁ ସୁରକ୍ଷିତ ନୁହେଁ ବୋଲି ସ୍କୁଲ କମିଟି ସଭାନେତ୍ରୀ ଶାନ୍ତିଲତା ପ୍ରଧାନ କହିଛନ୍ତି  । ଏପରିକି ସ୍କୁଲ ପରିଦର୍ଶନରେ ଆସିଥିବା ସିଆରସିସି କମଲ କୁମାର ବେହେରାଙ୍କୁ ତାଲା ପକାଇବା ସହିତ ଲିଖିତ ଉତ୍ତର ନମିଳିବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ସରପଞ୍ଚ କହିଥିଲେ  ।

ଘଟଣା ସମ୍ପର୍କରେ ଛତ୍ରପୁର ଶିକ୍ଷାବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଡ଼ିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସିଆରସିସି  କହିବା ପରେ ଗ୍ରାମବାସୀମାନେ ତାଙ୍କୁ ଛାଡିଛନ୍ତି । ସେପଟେ ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷାବିଭାଗ ସ୍କୁଲର ମିଶ୍ରଣକୁ ବନ୍ଦ କରିବେ ନାହିଁ ।  ସେତେଦିନ ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିବ ଏବଂ ଗ୍ରାମର କୌଣସି ପିଲା ଅନ୍ୟଗ୍ରାମକୁ ପାଠ ପଢିବାକୁ ଯିବେ ନାହିଁ ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଏକ ଦାବିପତ୍ର ବିଇଓଙ୍କ ନିକଟକୁ  ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.