କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ବିଭିନ୍ନ ଦାବି ନେଇ ଜେଲ୍‌ ସମ୍ମୁଖରେ ସମ୍ପର୍କୀୟଙ୍କ ଧାରଣା

Published By : Prameya-News7 Bureau | June 23, 2021 IST

ସୋର ୨୩।୦୬ : ସୋର ସବ୍‌ ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା l ମୃତକଙ୍କ ସମ୍ପର୍କୀୟ ୫ ଦଫା ଦାବି ନେଇ ଧାରଣା ।  ସବ୍ ଜେଲ ସମ୍ମୁଖରେ ସଂପର୍କୀୟଙ୍କ ପକ୍ଷରୁ ଧାରଣା l  ସେହିପରି ସୋର ଉପକାରାଗାରରେ ତଦନ୍ତ ପାଇଁ ପହଞ୍ଚିଲେ ଭଦ୍ରକ ଜେଲ ସୁପରିଟେଣ୍ଡେଣ୍ଟ ଋଷିନାଥ ନାୟକ ଓ ସୋର ଆଇଆଇସି ମଧୁମିତା ମହାନ୍ତି। ଜେଲରେ ଥିବା ମୃତ କମଳାକାନ୍ତ ବାରିକଙ୍କ ସାନ ଭାଇ ଦୁଃଶାସନ ବାରିକଙ୍କର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଭଦ୍ରକ ଜେଲକୁ ସ୍ଥାନାନ୍ତରିତ କରିବା ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କଏଦୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିଥିଲେ ଜେଲ କର୍ତ୍ତୃପକ୍ଷ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ କଏଦୀ କମଳାକାନ୍ତ ବାରିକ ଏବଂ ତାଙ୍କ ବେକ ଓ ଆଖି ପତାରେ କ୍ଷତ ଚିହ୍ନ ରହିଛି l କଏଦୀ କମଳାକାନ୍ତଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ ପାଇଛି l ଗତ କିଛି ଦିନ ତଳେ ଉପ କାରାଗାରରେ ଜଣେ କଏଦୀର ମୃତ୍ୟୁ ହୋଇଥିଲା l ତେଣୁ ସୋର ଉପକାରାଗଗରେ କଏଦୀଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.