Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବକେୟା ପାଉଣା ଦାବିରେ ଧାରଣା, ସମାଧାନ ନହେବା ଯାଏଁ ଜାରି ରହିବ ଶ୍ରମିକଙ୍କ ଆନ୍ଦୋଳନ

14/01/2021 at 12:25 PM

ଢେଙ୍କାନାଳ ୧୪।୦୧ : ବକେୟା ପାଉଣା ଦାବିରେ ଶ୍ରମିକଙ୍କ ଧାରଣା । ଠିକା ସଂସ୍ଥାର ଅଫିସ ସମ୍ମୁଖରେ ଶ୍ରମିକଙ୍କ ଧାରଣା । କାମାକ୍ଷାନଗର ଉପଖଣ୍ଡ ନିକଟରେ ଥିବା ଠିକା ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରରେ ଧାରଣାରେ ବସିଛନ୍ତି ଶ୍ରମିକ ।

ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ସଂପ୍ରଶାରଣ ପାଇଁ ବାଲାଜୀ ଇଞ୍ଜିକନ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକା ସଂସ୍ଥା ହାତକୁ ନେଇଛି । ଆଜିକୁ ଦୀର୍ଘ ବର୍ଷ ହେବ ଅଞ୍ଚଳର ଶ୍ରମିକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଠିକା ଭାବରେ ନିୟୋଜିତ କରିଥିଲା , କିନ୍ତୁ ଠିକା ଶ୍ରମିକମାନଙ୍କ ମଧ୍ୟରୁ ପନ୍ଦରରୁ ଉର୍ଦ୍ଧ୍ବ ଶ୍ରମିକମାନଙ୍କୁ ଆଜକୁ ଏକ ବର୍ଷ ହେବ ଦରମା ଦେଇନଥିବା ଏବଂ ସେମାନଙ୍କର ବିଭିନ୍ନ ସମସ୍ୟାକୁ ଠିକା ସଂସ୍ଥା ଅଣଦେଖା କରୁଥିବାର ଅଭିଯୋଗ ହୋଇଛି ।

ଶ୍ରମିକମାନେ ବାରମ୍ବାର ନିଜର ବକେୟା ଦରମା ଓ ବିଭିନ୍ନ ସମସ୍ୟା ପାଇଁ ଠିକା ସଂସ୍ଥା କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହାଫଳରେ ଶ୍ରମିକମାନେ ଠିକା ସଂସ୍ଥାର କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ସମସ୍ତ ଶ୍ରମିକମାନେ ସେମାନଙ୍କର ସମସ୍ୟାର ସମାଧାନ ଏବଂ ବକେୟା ଅର୍ଥରାଶି ନମିଳିବା ପର୍ଯ୍ୟନ୍ତ ଫାଟକ ସମ୍ମୁଖରେ ଧାରଣାରେ ବସିରହିବେ ବୋଲି ଅଡ଼ି ବସିଛନ୍ତି ।

   Related Posts