ଚାଷୀ ବଞ୍ଚାଅ ନାରା ଦେଇ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
14/12/2020 at 3:05 PM

ଭଦ୍ରକ ୧୪।୧୨: ଚାଷୀ ବଞ୍ଚାଅ ନାରା ଦେଇ ନବ ନିର୍ମାଣ କୃଷକ ସଂଗଠନ ସାମୟିକ ଗଣ ସତ୍ୟାଗ୍ରହ କରିଛି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନର ଭଦ୍ରକ ଶାଖା ତରଫରୁ ୯ଘଣ୍ଟିଆ ଗଣ ସତ୍ୟାଗ୍ରହ ସହ ଅନଶନ ଜାରି ରଖିଛନ୍ତି ଚାଷୀ ।
କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ ଓ ପ୍ରତ୍ୟାହାର ଦାବି ନେଇ ଏହି ଗଣ ସତ୍ୟାଗ୍ରହ ଆୟୋଜିତ ହୋଇଛି । ଅନ୍ୟପଟେ ସିପିଆଇ , କୃଷକ ସଂଘର୍ଷ ଉନୟନ ସମିତି ଓ ଅନ୍ୟ ଚାଷୀ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ବନ୍ତ ଛକ ଠାରୁ ଶୋଭାଯାତ୍ରାରେ ଯାଇ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେ ପର୍ଯ୍ୟନ୍ତ ଏହି କୃଷି ବିଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନକରିଛନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021