ମେଡିକାଲର ପାଚେରୀ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ, ଦାବିପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ
7/01/2021 at 2:52 PM

ଭଦ୍ରକ ୦୭।୦୧: ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ । ଗତକାଲି ଗଣଧାରଣା ପରେ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଭଦ୍ରକ ସାମରାଇପୁର ସ୍ଥିତ ନୂତନ ମେଡିକାଲର ପାଚେରୀ ନିର୍ମାଣକୁ ନେଇ ବିରୋଧ ଜାରି ରହିଛି ।
ଖବର ଅନୁଯାୟୀ, ସମରାଇପୁରରେ ଭଦ୍ରକର ନୂତନ ମେଡିକାଲର ନିର୍ମାଣ କାମ ଚାଲୁଛି । ଏହି ମେଡିକାଲକୁ ଘେରାଉ କରିବା ପାଇଁ ଏକ ବିରାଟ ପାଚେରୀର ନିର୍ମାଣ ମଧ୍ୟ ଚାଲିଛି । ତେବେ ଏହି ପାଚେରୀ ନିର୍ମାଣ ହେବା ଦ୍ୱାରା ଗେଲପୁର ପଞ୍ଚାୟତର ୪ରୁ ଅଧିକ ଗାଁର ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଦ୍ୱାରା ସେମାନଙ୍କ ଘରବାରି ଓ ଚାଷ ଜମିକୁ ଯାତାୟାତ ପାଇଁ ରାସ୍ତା ଅବରୋଧ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଅନଶନରେ ବସିଛନ୍ତି । ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଯାହାକୁ ନେଇ ଗତକାଲି ନୂତନ ମେଡିକାଲ ନିକଟରେ ଧାରଣାରେ ବସିଥିଲେ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଗ୍ରାମବାସୀ । ଯେପର୍ଯ୍ୟନ୍ତ ପ୍ରଶାସନ ଆମ ଦାବି ପୂରଣ କରିନାହିଁ । ସେପର୍ଯ୍ୟନ୍ତ ଆମେ ଅନଶନରେ ବସିବୁ ବୋଲି ଗ୍ରାମବାସୀ କହିଛନ୍ତି ।