ଲୁଟ୍ ଘଟଣାରେ ଚୁପ୍ ବସିଛି ପୋଲିସ, କାର୍ଯ୍ୟାନୁଷ୍ଠାନ ଦାବିରେ ସେବାୟତଙ୍କ ଧାରଣା

Published By : Prameya-News7 Bureau | January 17, 2022 IST

ଆନନ୍ଦପୁର ୧୭।୦୧: ମନ୍ଦିରରୁ ଚୋରୀ ଘଟଣା । ଲୁଟ୍‌ ଘଟଣାକୁ ମାସେ ବିତି ଯାଇଥିଲେ ବି ଚୁପ୍‌ ବସିଛି ପୋଲିସ । ଯାହାକୁ ନେଇ ପ୍ରତିବାଦ ଜଣାଇଛନ୍ତି ସେବାୟତ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ଧାରଣରେ ବସିଛନ୍ତି ସେବାୟତ ।

ଖବର ଅନୁଯାୟୀ, ଗତ ଡିସେମ୍ବର ୧୦ ତାରିଖରେ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ନୀତିକାନ୍ତିରେ ବ୍ୟବହୃତ ପିତଳ, ତମ୍ବା, ବାସନ କୁସନ ସହ ଘଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଥିଲେ । ସେବେ ଠାରୁ ଏବେ ଯାଏଁ ପୋଲିସ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି ।

ତେବେ ପୋଲିସ ଅଭିଯୁକ୍ତକୁ ଧରିବା ତ ଦୂରର କଥା । ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ କାହାକୁ ବି ଡ଼ାକି ପଚରାଉଚରା କରୁନାହିଁ । ଯାହାଫଳରେ ପୋଲିସର ଏଭଳି ମନୋଭାବକୁ ବିରୋଧର କରି ଆଜି ଉପଜିଲ୍ଲାପାଳଙ୍କ ଅଫିସର ଆଗରେ ଧାରଣାରେ ବସିଛନ୍ତି ସେବାୟତ ବଳଦେବ ପତି । ଯେ ପର୍ଯ୍ୟନ୍ତ ଚୋର ଧରାପଡିନାହାନ୍ତି । ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ସେବାୟତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.