ବୋର୍ଡର ଏକ ତରଫା ନିଷ୍ପତ୍ତିକୁ ବିରୋଧ, ୨୦ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲେ ଶିକ୍ଷକ

Published By : Prameya-News7 Bureau | December 08, 2021 IST

ଜୟପୁର ୮।୧୨: ୨୦ ଦଫା ଦାବି ନେଇ ଓଷ୍ଟା ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ରାଜ୍ୟର ୬ଟି ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଧରଣା ଦେଇଛନ୍ତି । ମୁଖ୍ୟତଃ ବୋର୍ଡର ଏକ ତରଫା ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଧାରଣାକୁ ଓହ୍ଲାଇଛନ୍ତି ।

ଏପରିକି ୯ମ ଓ ୧୦ମର ନୂତନ ପ୍ରଣାଳୀରେ ପରୀକ୍ଷା ନୀତିକୁ ବିରୋଧ ସହ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସ୍ଥାୟୀ ସ୍ବୀକୃତି, ଅନୁଦାନପ୍ରାପ୍ତ ସ୍କୁଲର ନବୀକରଣ ଫି’କୁ ସମ୍ପୂର୍ଣ୍ଣ ଛାଡ, ମୂଲ୍ୟାୟନ ପଦ୍ଧତି ଓ ପରୀକ୍ଷା ଢାଞ୍ଚାକୁ ପରିବର୍ତ୍ତନ, ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ ଫି’ ଆଦାୟ ବନ୍ଦ କରିବା ସହ ଅନେକ ଦାବି ନେଇ ଓଷ୍ଟା ପକ୍ଷରୁ ଧାରଣା ଦେଇଛନ୍ତି । ସେହି ଅନୁସାରେ ଜୟପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.