ଜବରଦଖଲ ଜମି ଫେରସ୍ତ ଆଣିବା ଦାବି ନେଇ ୨ୟ ଦିନରେ ଧାରଣା

Published By : Prameya-News7 Bureau | November 19, 2019 IST

କଳାହାଣ୍ଡି ୧୯।୧୧: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମଖଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ବିତୀୟ ଦିନରେ ତାଲା ପଡିଛି  । ସ୍କୁଲରେ ତାଲା ଲାଗି ଦୁଇ ଦିନ ହେଲା ପାଠ ପଢା ବନ୍ଦ ରହିଛି ।  

{"id":186492,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୋଲାମୁଣ୍ଡା ମଖଲା ସରକାରୀ ସ୍କୁଲର ଜମିକୁ ଗାଁର କିଛି ଦବଙ୍ଗ ଶ୍ରେଣୀ ଲୋକଙ୍କ ନିକଟରୁ ଜମି ଜବରଦଖଲ ଫେରସ୍ତ ଦାବୀରେ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଧାରଣା ଦେଉଛନ୍ତି ।  ପ୍ରଥମରୁ ଅଷ୍ଟମ ଶ୍ରେଣୀର ମୋଟ ୧୭୫ଜଣ ଛାତ୍ରଛାତ୍ରୀ ଙ୍କୁ ଦୁଇଟି ଶ୍ରେଣୀଗୃହରେ ପାଠ ପଢିବାକୁ ପଡୁଛି । ଶ୍ରେଣୀ ଗୃହ ପାଇଁ ୧୫ ଡେସିମିଲ ଜାଗାର ଅନୁଦାନ ରହିଥିବା ବେଳେ ୧୧ ଡେସିମିଲ ଜାଗାକୁ ଜବରଦଖଲ କରାଯାଇଛି । ଯାହାଫଳରେ କି  ଶ୍ରେଣୀ ଗୃହ ହୋଇପାରୁନାହିଁ ,  ଏନେଇ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ପରେ ବି କୌଣସି ସୁଫଳ ମିଳୁନଥିଲା  । ଶେଷରେ  ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଜାରୀ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.