ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି : ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର

Published By : Prameya-News7 Bureau | April 15, 2021 IST

ଧର୍ମଗଡ ୧୫।୪: ଛତିଶଗଡରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଏହା ପ୍ରଭାବରେ ଧର୍ମଗଡରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ସ୍ଥିତି ତୁଳନାରେ ଛତିଶଗଡ ଏବେ ଚିନ୍ତା ବଢାଇଥିବା ବେଳେ ପଡୋଶୀ ସହର ଭାବରେ ରହିଛି ଧର୍ମଗଡ । ଧର୍ମଗଡ ସହରକୁ ଯେମିତି ମହାମାରୀ କରୋନାର ଦ୍ବିତୀୟ ଲହର ନବ୍ୟାପେ ତାକୁ ଦୃଷ୍ଟିରେ ରଖି  ଧର୍ମଗଡ ବଣିକ ସଂଘ ଏକ ବଡ ନିଷ୍ପତ୍ତି ନେଇଛି । ଏ ନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ସହର ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ଦିନରେ ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.