Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ବଳବନ୍ତ ସିଂ ଧରାକୋଟ ବ୍ଲକର ନୂତନ ଉପାଧ୍ୟକ୍ଷ ନିର୍ବାଚିତ

6/11/2020 at 5:49 PM

ସାନଖେମୁଣ୍ଡି, ୦୬।୧୧ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଭଗବାନ ସ୍ୱାଇଁଙ୍କ କରୋନା ମହାମାରୀରେ ଅକାଳ ବିୟୋଗ ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।ଏହି ନିର୍ବାଚନରେ ମୋଟ ୧୭ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୨ଜଣଙ୍କ ଭୋଟ ପାଇ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ବଳବନ୍ତ ସିଂହ।

ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସମର୍ଥନ କ୍ରମେ ବିଜୟଲାଭ କରିଥିବା କହିଛନ୍ତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବଳବନ୍ତ ସିଂହ। ଉପନିର୍ବାଚନ କାର୍ଯ୍ୟ ଧରାକୋଟ ପୋଲିସର ଉପସ୍ଥିତିରେ ସୂଚାର ରୂପେ କାର୍ଯ୍ୟକାରୀ ହୋଇଥିଲା।

ଏଥିସହ ଘଟଣାସ୍ଥଳରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜି ,ନିର୍ବାଚନ ଅଧିକାରୀ ତଥା ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ,ଜିଲ୍ଲପାଳଙ୍କ ପ୍ରତିନିଧି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ଧରାକୋଟ ଆଇଆଇସି ,ଆସିକା ଆଇଆଇସି,ଶେରଗଡ଼ ଆଇଆଇସି,ସୋରଡ଼ା ଆଇଆଇସି,ଧରାକୋଟ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।

   Related Posts