ବାଲେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ମନ୍ଦିର ଓ ମସଜିଦରେ ୧୪୪ ଧାରା ଜାରି

Published By : Prameya-News7 Bureau | May 24, 2020 IST

ବାଲେଶ୍ୱର, ୨୪|୦୫:: ଶିତଳଷଷ୍ଠୀ ( ଶିବ ବିବାହ) ଏବଂ ଇଦୁଲ ଫିତର ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବାଲେଶ୍ବରରେ ମନ୍ଦିର ଓ ମସଜିଦରେ ୧୪୪ ଧାରା ଜାରି କରାଯାଇଛି ।

ବାଲେଶ୍ବର ସଦର ସବଡିଭିଜନ ଅଧିନରେ ଥିବା ବାଲେଶ୍ବର ସହର ସମେତ ସମସ୍ତ ବ୍ଲକରେ ଥିବା ମନ୍ଦିର ଓ ମସଜିଦରେ ଆସନ୍ତା ସୋମବାରଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏନେଇ ବାଲେଶ୍ବର ଉପଜିଲ୍ଲାପାଳ ବିଧିବଦ୍ଧ ଭାବରେ ନିର୍ଦେଶନାମା ଜାରି କରିଛନ୍ତି ।

ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲେଶ୍ବର ସହରର ସମସ୍ତ ମନ୍ଦିର, ମସଜିଦ୍ ଓ ଦରଘା ପଡିଆରେ ୧୪୪ଧାରା ଜାରି କରାଯାଇଛି । ସେଠାରେ ୫ଜଣରୁ ଅଧିକ ଲୋକଙ୍କୁ ଜମା ହୋଇପାରିବେ ନାହିଁ । ଏହାକୁ ଅମାନ୍ୟ କଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ନାମାରେରେ ପ୍ରକାଶ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.