ଇତିହାସ ରଚିଲେ ଡିଫେନ୍ସ ପିଆରଓ କେ. ଧାନ୍ୟା ସାନାଲ ; ପ୍ରଥମ ମହିଳା ଭାବେ ୧୮ଶହ ୬୮ ମିଟର ଅଗସ୍ତ୍ୟରକୁଡମ ଗିରିଶୃଙ୍ଗ ଚଢିବାରେ ଅର୍ଜିଲେ ସଫଳତା

Published By : Prameya-News7 Bureau | January 16, 2019 IST

କେରଳ ୧୬|୧: ଇତିହାସ ରଚିଲେ କେ. ଧାନ୍ୟା ସାନାଲ । କେରଳର ଅଗସ୍ତ୍ୟରକୁଡମ ଗିରିଶୃଙ୍ଗ ଅତିକ୍ରମ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କେ. ଧାନ୍ୟା ସାନାଲ ।  ସେ ନେୟାର ବନ୍ୟାପ୍ରାଣୀ ଅଭୟାରଣ୍ୟରେ ଅବସ୍ଥିତ ୧୮ ଶହ ୬୮ ମିଟର ଗିରିଶୃଙ୍ଗ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । କେରଳର ଏହି ଦ୍ବିତୀୟ ସର୍ବୋଚ୍ଚ ଶୃଙ୍ଗ କେବଳ ପୁରୁଷଙ୍କ ପାଇଁ ଖୋଲା ରହିଥାଏ ।

୨୦୧୮ରେ କେରଳ ହାଇକୋର୍ଟ ମହିଳାଙ୍କ ପର୍ବତାରୋହଣ ଉପରୁ ନିଷିଧାଦେଶ ହଟାଇଥିଲେ । ଏହା ପରେ ଆୟୋଜିତ ପର୍ବତାରୋହଣ କାର୍ଯ୍ୟକ୍ରମରେ ଭାଗ ନେଇ ସାନାଲ  ପ୍ରଥମ ମହିଳା ଭାବେ ଏହି ସଫଳତା ହାସଲ କରିଛନ୍ତି । ବୋନାକାଡରୁ  ଜଙ୍ଗଲ ଭିତରେ ୨୨ କିଲୋମିଟର ଗଲା ପରେ ଏହି ଶୃଙ୍ଗ ରେ ପହଞ୍ଚି ହୁଏ । ଅଗସ୍ତ୍ୟ ମୁନିଙ୍କ ନାନାନୁସାରେ ଏହି ଶୃଙ୍ଗର ନାମକରଣ କରାଯାଇଛି । ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଛାର ଶୂଅ ଛୁଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.