Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା : ବରଗଡ଼ ପାଲଟିବ ମଥୁରା ନଗରୀ

30/12/2019 at 9:19 AM

ବରଗଡ଼ ୩୦/୧୨: ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ବରଗଡ  ଧନୁଯାତ୍ରା । ଯାତ୍ରାକୁ  ସରସ  ସୁନ୍ଦର କରିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ଦିନ ରାତି ଏକ କରି ପ୍ରସ୍ତୁତିରେ ଲାଗିଛି । ସଜେଇ ହେଉଛି ମଧୁରା  ଏବଂ ଗୋପପୁର  । ୧୧ ଦିନ ଧରି ପୌରାଣିକ କଥା ବସ୍ତୁକୁ ନେଇ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିବ ।

ଅମ୍ବାପାଲି ହେବ ଗୋପପୁର । ବେନି ଭାଇଙ୍କ ବାଲ୍ୟ ଲୀଳାରେ ଉଠିବ ପଡ଼ିବ ବରଗଡ ।  ଯାତ୍ରା ଆରମ୍ଭରୁ ଗୋପପୁରବାସୀ ଆମୀଷ ବର୍ଜନ କରିବା ସହ କୃଷ୍ଣ ପ୍ରେମରେ ପିଲାଠୁ ବୟସ୍କ ସମସ୍ତେ ବିଭୋର ହୋଇଉଠନ୍ତି । ତେବେ ବାକି ଥିବା କାମକୁ ତୁରନ୍ତ ସାରିବା ପାଇଁ ଜୋରସୋରରେ କାମରେ ଲାଗିଛନ୍ତି କାରୀଗର ।

ହାଟପଦା ଠାରେ ରାଜ ଦରବାର ନିର୍ମାଣ କାମ ଚାଲିଛି ।ସେହିପରି ନିଶାମଣି ହାଇସ୍କୁଲ ପଡିଆରେ ରଙ୍ଗମହଲ ପ୍ରସ୍ତୁତ ହେଉଛି ।ସହରର ମୁଖ୍ୟ ରାସ୍ତା ଗାନ୍ଧୀଛକ ଠାରୁ ମହାରାଜାଙ୍କ ରାଜ ଦରବାର ପର୍ଯ୍ୟନ୍ତ ରାସ୍ତା ସଜେଇ ହୋଇଛି ଆଲୋକ ମାଳାରେ । ରାଜ୍ୟ ତଥା ରାଜ୍ୟ ବାହାରର ୧୩୦ ସାଂସ୍କୃତିକ ଦଳଙ୍କୁ ଏଥର ନିମନ୍ତ୍ରଣା କରାଯାଇଛି ।

   Related Posts