ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାପାଇଁ ଶୁଭ ସ୍ତମ୍ବ ସ୍ଥାପନ

Published By : Prameya-News7 Bureau | December 01, 2019 IST

ବରଗଡ ୦୧।୧୨ - ଆସନ୍ତା ୩୧ତାରିଖ ରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ୭୧ ତମ ବରଗଡ଼ ଧନୁଯାତ୍ରା । ଏନେଇ ଆଜି ବରଗଡ଼ ସମଲେଶ୍ୱରୀ ମନ୍ଦିର ରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ,ଧନୁଯାତ୍ରା ମହୋତ୍ସବ ସମିତି ର ଆବାହକ ସୁରେଶ୍ଵର ଶତପଥି କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଓ ଅନେକ କଳାକାର ବରଗଡ଼ ଜନସାଧାରଣ ସାମିଲ ହୋଇ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ରେ ହାଟପଦା ସ୍ଥିତ ସଂଚାର ପଡ଼ିଆ ଯାଇ ପହଁଚିଥିଲେ  । ସେଠାରେ ଆଜି ଶୁଭସ୍ତମ୍ବ ସ୍ଥାପନା କାର୍ଯ୍ୟ ଓ ପୁଜାବିଧି ସମ୍ପର୍ଣ୍ଣ  ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.