Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

କଂସ ବଧ ସହ ବରଗଡର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ହୋଇଛି ଶେଷ

22/01/2019 at 8:40 AM

 ବରଗଡ଼ ୨୨/୧: ଦୀର୍ଘ ଏଗାର ଦିନ ଚାଲିଥିବା ବିଶ୍ବର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଂଚ ବରଗଡ ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି କଂସ ବଧ ସହ । ଆଉ ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ କଂସଙ୍କୁ ବଧ କରି ସମସ୍ତ ଜଗତବାସୀଙ୍କୁ ଅସତ୍ୟ ଉପରେ ଧର୍ମର ବିଜୟ ହେବା ସହ ସତ୍ୟ ଓ ଧର୍ମ ପଥରେ ଆଗେଇ ଯିବାକୁ ପ୍ରେରଣା ଦେଇଛି ବରଗଡ ଧନୁଯାତ୍ରା । ତେବେ ବରଗଡ ଧନୁଯାତ୍ରାର ଶେଷ ଦିବସରେ କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଅଭିନୀତ ହୋଇଥିବାବଳେ ଲକ୍ଷ ଲକ୍ଷ ଦର୍ଶକ ଏହାକୁ ଉପଭୋଗ କରିଥିଲେ । 

ଜାନୁୟାରୀ ୧୧ତାରିଖରୁ ଆରମ୍ଭ ହୋଇଥିବା ବିଶ୍ବର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଂଚର ମହାନାଟକ ବରଗଡ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି ।କୃଷ୍ଣ ବଳରାମ ମଥୁରା କଟକରେ କରିଛନ୍ତି ଧନୁଯାତ୍ରାର ଶିବ ଧନୁ ଭଙ୍ଗ ଓ ନିଧନ ହୋଇଛନ୍ତି ମାମୁଁ କଂସ । ଏଗାର ଦିନ ଧରି ମହାରାଜା କଂସଙ୍କ ରାଜତ୍ବ ଚାଲିଥିବାବଳେ ଗୋପପୁରରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା କୃଷ୍ଣଙ୍କ ବାଲ୍ୟଲୀଳାକୁ ନେଇ । ତେବେ ଅତ୍ୟାଚାରୀ କଂସଙ୍କ ଅତ୍ୟାଚାରରୁ ଜଗତବାସୀଙ୍କୁ ଉଦ୍ଧାର କରିବାପାଇଁ ଧରା ପୃଷ୍ଠକୁ ଓହ୍ଲାଇ ଆସିଥିଲେ ସ୍ବୟଂ ବିଷ୍ଣୁ କୃଷ୍ଣ ଅବତାରରେ । ଅନ୍ୟ ପକ୍ଷରେ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜା କଂସ ଆୟୋଜନ କରିଥିଲେ କପଟ ଓ ଛଳନାର ଯାତ୍ରା ଧନୁଯାତ୍ରା । ବରଗଡ ଧନୁଯାତ୍ରାର ଶେଷ ଦିନରେ କୁବଳୟା ହସ୍ତୀ ଏବଂ ଅଷ୍ଟମଲ୍ଲକୁ ବଧ କରିବା ପରେ ମହାରାଜା କଂସ ଧନୁଯାତ୍ରା ପାଇଁ ସ୍ଥାପନ କରିଥିବା ଶିବ ଧନୁ ଭଙ୍ଗ କରିଥିଲେ କୃଷ୍ଣ ବଳରାମ ବେନୀ ଭାଇ । ପରେ ପରେ ମହାମନ୍ତ୍ରୀ ଶକ୍ରାଜିତ କ୍ଷମାଭିକ୍ଷା କରିଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ । ସେହପରି ମାମୁଁ କଂସ ଓ ଭଣଜା କୃଷ୍ଣ ବଳରାମଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ ଏବଂ ରାଜଦରବାରରୁ ପଡି ନିହତ ହୋଇଥିଲା ଅତ୍ୟାଚାରୀ କଂସ । ଆମ ସଂସ୍କୃତିର ବାର୍ତ। ବହନ କରୁଥିବା ତଥା ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ। ଦେଇ ସଫଳତାର ସହ ଆୟୋଜିତ ହୋଇଥିବାବଳେ ଏଗାର ଦିନ ଧରି ଚାଲିଥିବା ବରଗଡ ଧନୁଯାତ୍ରା ସମାପ୍ତ ହୋଇଥିଲା ମଙ୍ଗଳବାର ସଂଧ୍ୟାରେ । 

ତେବେ କଂସର ନିଧନ ପରେ ମଥୁରାରେ ଉତ୍ସବର ମାହୋଲ ରହିଥିବା ସମୟରେ ଶାସନ ଭାର ଉଗ୍ରସେନଙ୍କୁ ଅର୍ପଣ କରି ରାଜ୍ୟାଭିଷେକ କରିଥିଲେ ବେନୀଭାଇ । ପରେ ମଥୁରା କାରାଗାର ଯାଇ ମାତା ପିତା ଦେବକୀ ବସୁଦେବଙ୍କୁ କାରାଗାରରୁ ମୁକ୍ତି କରିଥିଲେ । ତେବେ ଧନୁଯାତ୍ରା ଅବସରରେ ଭୂବନେଶ୍ବର ପ୍ରଧାନ ମହାରାଜା କଂସ ଭୂମିକାରେ ଅଭିନୟ କରି ଭଗବାନ ଶ୍ରୀକୃଷ୍ଣ ସମେତ ଦେବଗଣଙ୍କ କଟୁଭାଷାରେ ଗାଳିଗୁଲଜ କରିଥିବାରୁ ତାହାର ପ୍ରାୟଶ୍ଚିତ କରିବା ପାଇଁ ଯାତ୍ରା କରିଛନ୍ତି ନୀଳାଚଳ ଧାମ ପୁରୀକୁ । ତେବେ ବରଗଡ ଧନୁଯାତ୍ରାର ପ୍ରସିଦ୍ଧି ଦିନକୁ ଦିନ ବ୍ୟାପକତା ହେବାକୁ ଲାଗିଥିବାବଳେ ଦର୍ଶକ ମଧ୍ୟ ଏହାକୁ ଉପଭୋଗ କରିବା ସହ ଆମ ସମାଜକୁ ବହୁ ଶିକ୍ଷଣୀୟ ବାର୍ତ। ଦେଉଛି ବୋଲି କହଛନ୍ତି।ଅନ୍ୟ ପକ୍ଷରେ କାଲି ଠାରୁ ଖଁ। ଖଁ। ଲାଗିବ ବରଗଡ ।ଅଭିନୟ ପରେ କଳାକାର ଜଣେ ଜଣେ ସାଧାରଣ ବ୍ୟକ୍ତି ମଥୁରା ଗୋପ ଓ ଜମୁନା ପୁଣି ବାସ୍ତବ ତା କୁ ଫେରିଆସିବ ।

   Related Posts