ନିକଟରେ ଦିପାବଳୀରେ ଉତ୍ସବ ପାଳନ ହେବ। ଏନେଇ ଦେଶବାସୀ ଖୁସି ମନାଇବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଦିପାବଳୀର ଦୁଇ ଦିନ ପୂର୍ବରୁ ଧନ୍ତେରସା ପର୍ବ ରହିଛି। ଏହି ଦିନରେ ମାଆ ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଇଥାଏ। ହିନ୍ଦୁ ପରମ୍ପରା ଅନୁସାରେ ଧନ୍ତେରସା ଦିନରେ ଝାଡ଼ୁ କିଣିବା ଶୁଭ ବୋଲି କୁହାଯାଏ।
କେବଳ ଝାଡ଼ୁ ନୁହେଁ ଏହି ଦିନରେ ଘର ପାଇଁ ଜିନିଷ କିଣିବା ଶୁଭ ହୋଇଥାଏ। କିନ୍ତୁ ଧନ୍ତେରସା ଦିନ ଝାଡ଼ୁ କିଣିବା ଅଧିକା ଶୁଭ ବୋଲି କହିଥାନ୍ତି। ଏହି ଦିନରେ ଝାଡ଼ୁ କିଣିବା ବେଳେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ୍। ଆସନ୍ତୁ ଜାଣିବା ଝାଡ଼ୁ କିଣିବା ବେଳେ କେଉଁ କେଉଁ ପ୍ରତି କଥା ପ୍ରତି ଧ୍ୟାନ ଦେବା ଉଚିତ୍…
{"id":171973}୧- ରାତି ସମୟରେ ଝାଡ଼ୁ ଘରେ ଲଗାନ୍ତୁ ନାହିଁ। ହିନ୍ଦୁ ଧର୍ମରେ ଏହି ଧର୍ମକୁ ପୂର୍ବରୁ ମଧ୍ୟ ପାଳନ କରିଥାନ୍ତି।
୨- ଝାଡ଼ୁକୁ ଏମିତି ସ୍ଥାନରେ ଲୁଚାଇ ରଖନ୍ତୁ ଯେମିତି କେହି ଦେଖି ପାରିବେ ନାହିଁ। ଶୁଭ କାମରେ ବାହାରକୁ ଗଲେ ସମୟରେ ଝାଡ଼ୁ ଦେଖିଲେ ଅଶୁଭ ବୋଲି କୁହାଯାଏ।
୩- ଘରର ଉତ୍ତର ଦିଗରେ ସର୍ବଦା ଝାଡ଼ୁ ରଖିବା ଉଚିତ୍। ଝାଡ଼ୁ ଉତ୍ତର ଦିଗରେ ରଖିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ।
୪- ଝାଡ଼ୁକୁ ଛିଡ଼ାକରି କେବେ ରଖିବା ଉଚିତ୍ ନୁହେଁ। ଏମିତି କଲେ ମାଆ ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ଘର ଉପରେ ପଡ଼ି ନ ଥାଏ।
୫- ବେଡ ଓ ଡ୍ରଇଙ୍ଗ୍ ରୁମ୍ରେ ଝାଡ଼ୁ ରଖିବା ଉଚିତ୍ ନୁହେଁ।
୬- ଶନିବାର ଓ ରବିବାର ଦିନ ଝାଡ଼ୁ କିଣିବା ଉଚିତ୍ ନୁହେଁ। ଏହା କରିବା ଦ୍ବାରା ପାରିବାରିକ କଳହ ଲାଗି ରହିଥାଏ।
୭- ଦିପାବଳୀ ଓ ଧନତେରସା ଦିନରେ ମନ୍ଦିରକୁ ଝାଡ଼ୁ ଦାନ କଲେ ଶୁଭଫଳ ମିଳିଥାଏ। ସୂର୍ଯ୍ୟାଦୟ ପୂର୍ବରୁ ମନ୍ଦିରକୁ ଝାଡ଼ୁ ଦେବା ଦାନ କରିବା ଉଚିତ୍।