ସୀମା ଟପିଲା ଯନ୍ତ୍ରଣା: ଶେଷରେ ଆତ୍ମହତ୍ୟା କଲେ ଧନେଶ୍ବର

Published By : Prameya-News7 Bureau | May 29, 2020 IST

ବାଣପୁର୨୯/୫: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ- ହନ୍ତୁଆଡ ଗ୍ରାମର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବଡ-ହନ୍ତୁଆଡ ଗ୍ରାମର ଧନେଶ୍ବର ମାର୍ଥା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଧନେଶ୍ବର ବିଗତ ୨୩ ବର୍ଷ ଧରି ମୁମ୍ବାଇରେ ରହୁଥିବା ବେଳେ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା।  ଅସୁସ୍ଥତା କାରଣରୁ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ପରିବାର ଲୋକ କହିଛନ୍ତି।  ତାଙ୍କୁ ୪-୫ ଥର ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ଆର୍ଥିକ ଅନଟନ ଯୋଗୁଁ ତାଙ୍କ ଚିକିତ୍ସା ହୋଇ ପାରି ନଥିଲା। ଯନ୍ତ୍ରଣା ସହି ନ ପାରି ​ଶେଷରେ ଧନେଶ୍ବର ଆତ୍ମହତ୍ୟାର ବାଟ ବାଛି ନେଇଥିବା ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଧନେଶ୍ବରଙ୍କ ମୃତ ଦେହ ନିକଟସ୍ଥ ଏକ ଗହିର ( ବିଲ ) ରୁ ଉଦ୍ଧାର କରାଯାଇଥିବା ବେଳେ ଶବ ନିକଟରୁ ମନୋସିଲ୍‌ ନାମକ କୀଟନାଶକ ପ୍ୟାକେଟ୍‌ ମିଳିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ବାଣପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.