Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ତିନୋଟି ମ୍ୟାଚ ପରେ ଚହଲଙ୍କୁ ପ୍ରଥମ ସଫଳତା: ଖୁସିରେ କାନ୍ଦି ପକାଇଲେ ଧନଶ୍ରୀ

19/04/2021 at 8:36 AM

ନୂଆଦିଲ୍ଲୀ ୧୯/୪: IPL 14 ସଂସ୍କରଣ ଦଶମ ମ୍ୟାଚରେ କେକେଆର ଠାରୁ ଦମଦାର ବିଜୟ ହାସଲ କରିଛି ଆରସିବି । ୩୮ରନରେ କୋଲକାତାକୁ ହରାଇଛି ବାଙ୍ଗାଲୋର । ତେବେ ରୋମାଞ୍ଚକର ବିଷୟ ହେଉଛି ୩ ଟି ମ୍ୟାଚରେ ଏହି ମ୍ୟାଚ ଜରିଆରେ ପ୍ରଥମ ସଫଳତା ପାଇଛନ୍ତି ବୋଲର ୟୁଜଭେନ୍ଦ୍ର ଚହଲ । ଏହି ସିଜିନର ଏହା ତାଙ୍କର ପ୍ରଥମ ଓ୍ୱିକେଟ । ତେବେ ତାଙ୍କର ଏହି ସକସେସ ପରେ ଚହଲ ଯେତିକି ଖୁସି ଅଛନ୍ତି ତାଙ୍କଠାରୁ ବେଶି ଖୁସି ହୋଇଛନ୍ତି ତାଙ୍କ ପତ୍ନୀ ତଥା କୋରିୟଗ୍ରାଫର ଧନଶ୍ରୀ ବର୍ମା ।

ଏପରିକି  ସେ ଇମସୋନାଲ ବି କାନ୍ଦି ପକାଇଥିଲେ ।  ଚେପକ୍ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ସମୟରେ ସେ ନିଜର କୋହକୁ ସମ୍ଭାଳିପାରିନଥିଲେ । IPLରେ ଏଯାବତ୍ ଚହଲ ୧୦୦ ଟି ମ୍ୟାଚ୍ ଖେଳିସାରିଲେଣି । ଗତକାଲି କେକଆର ବିପକ୍ଷରେ ଚହଲ ୪ ଓଭରରେ ୩୪ ରନ୍ ଦେଇ ୨ଟି ଓ୍ୱିକେଟ୍ ହାସଲ କରିଛନ୍ତି । ଗତ ଡିସେମ୍ୱରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଚହଲ ଓ ଧନଶ୍ରୀ । ଉଭୟଙ୍କ ମଧ୍ୟରେ ବହୁର ଭଲ ବୁଝାମଣା ମଧ୍ୟ ରହିଛି । ଧନଶ୍ରୀ ଏବେ ସ୍ୱାମୀ ଚହଲଙ୍କୁ IPLରେ ଚିଅର ଅପ୍ କରିବାକୁ ଆସୁଛନ୍ତି ।

   Related Posts