ମଣ୍ଡିରେ ଖୋଲାଆକାଶ ତଳେ ପଡିଛି ବସ୍ତା ବସ୍ତା ଧାନ, ଅଦିନିଆ ବର୍ଷା ଲାଗି ଚିନ୍ତାରେ ଚାଷୀ

Published By : Prameya-News7 Bureau | February 07, 2020 IST

ସୋନପୁର ୦୭।୦୨: ମଣ୍ଡିରେ ପଡିଛି ବସ୍ତା ବସ୍ତା ଧାନ । ଏପରି ସ୍ଥିତିରେ ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି । ଟୋକନ୍ ସମସ୍ୟା ଯୋଗୁ ଚାଷୀଙ୍କ ଧାନ ବିକ୍ରି ହୋଇ ପାରିନି । ମଣ୍ଡିରେ ଖୋଲା ଆକାଶ ତଳେ ଧାନ ଧରି ବସିଛନ୍ତି ଚାଷୀ । ଏହି ସମୟରେ ବର୍ଷା ନିଦ ହଜାଇ ଦେଇଛି । ମଣ୍ଡିରେ ବର୍ଷା ଦାଉରୁ ଚାଷୀଙ୍କ ଧାନକୁ ସୁରକ୍ଷା ଦେବାକୁ ପ୍ରଶାସନ କୌଣସି ପଦକ୍ଷେପ ନେଇନି । ଜରି ପାଲ ବ୍ୟବସ୍ଥା ବି କରିନି । ଚାଷୀ ନିଜ ଉଦ୍ୟମରେ ଧାନ ଘୋଡାଇବା ପାଇଁ ବ୍ୟବସ୍ଥା କରୁଛି । ତେବେ ତାହା ଯଥେଷ୍ଟ ହେଉନି, ଫଳରେ ଧାନ ସବୁ ଭିଜୁଛି । କିଛି ଧାନ ବି ଗଜା ହୋଇ ଗଲାଣି । ତେଣୁ ଏସବୁ ଧାନ କେମିତି ବିକ୍ରି ହେବ, କେମିତି ବର୍ଷ ଯାକର ପରିଶ୍ରମର ଫଳ ମିଳିବ ସେହି ଚିନ୍ତାର ଚାଷୀ । ଏହି ସ୍ଥିତି ରାଜ୍ୟର ଅନେକ ମଣ୍ଡିରେ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.