ଧାନ ବ୍ୟବସାୟୀଙ୍କୁ ବୋମାମାଡ, ହସ୍ପିଟାଲରେ ଭର୍ତ୍ତି, ମୁଣ୍ଡରେ ଲାଗିଛି ଗଭୀର ଆଘାତ

Published By : Prameya-News7 Bureau | June 16, 2021 IST

ବାଲିପାଟଣା, ୧୬/୦୬: ଧାନ ବ୍ୟବସାୟୀ ଉପରକୁ ବୋମାମାଡ କଲେ ଦୁବୃର୍ତ୍ତ । ବୋମା ମାଡରେ ଧାନ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା  । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟବସାୟୀ ହେଉଛନ୍ତି ବାଲିଅନ୍ତା ଥାନା କୂଳ ସାହି ଗ୍ରାମର ସଦାଶିବ ମିଶ୍ର । ସଦାଶିବଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି  ।

ସୂଚନା ଅନୁସାରେ, ମଙ୍ଗଳବାର ରାତ୍ରି ପ୍ରାୟ ୯ଟାରେ ସଦାଶିବ ଘରେ ଥିବା ବେଳେ ଜଣେ ଦୁବୃର୍ତ୍ତ ତାଙ୍କୁ ଫୋନ୍ କରି ଡାକିଥିଲେ । ସଦାଶିବ କୂକସାହି- ପ୍ରତାପରୁଦ୍ରପୁର ରାସ୍ତାରେ ପହଁଞ୍ଚିବା ପରେ ଦୁଇ ଜଣ ତାଙ୍କ ଉପରକୁ ଏକ ସୁତୁଲି ବୋମା ଫିଙ୍ଗିଥିଲେ । ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସଦାଶିବ ଗୁରୁତର ହୋଇ ତଳେ ପଡି ଯାଇଥିଲେ । ଘଟଣାସ୍ଥଳରୁ ଦୁଇ ଦୁବୃର୍ତ୍ତ ଫେରାର୍ ହୋଇଯାଇଥିଲେ ।

ଖବର ପାଇ ଗ୍ରାମବାସୀ  ସଦାଶିବଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ।  କେଉଁ କାରଣ ପାଇଁ ସଦାଶିବଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣ ହୋଇଛି ତାହା ଜଣାପଡ଼ି ନାହିଁ ।ବାଲିଅନ୍ତା ପୋଲିସ ଘଟଣା ସ୍ଥଳରୁ ସୁତୁଲି ଜବତ କରିବା ସହ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.