ଦୀପାବଳି ଦିନ ଏହି ୭ଟି ଜିନିଷ ଘରକୁ ଆଣନ୍ତୁ: ସାରା ଜୀବନ ଧନଵାନ ହୋଇ ରହିବେ
2/11/2018 at 12:13 PM

ଭୁବନେଶ୍ୱର ୨/୧୧ : ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ | ଏହି ସଂସାର ଓ ସମାଜରେ ଦାରିଦ୍ୟ ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ | ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ ଶାସ୍ତ୍ରରେ ଏମିତି କିଛି ମୁହୂର୍ତ୍ତ ଏବଂ ବସ୍ତୁ ସମ୍ପର୍କରେ ସୂଚନା ଦିଆଯାଇଛି ଯାହାଦ୍ୱାରା ବ୍ୟକ୍ତି ଧନୀ ହୋଇପାରେ |
ଦୀପାବଳି ଏମିତି ଏକ ସିଦ୍ଧ ଏବଂ ପବିତ୍ର ମୁହୂର୍ତ୍ତ ଯେଉଁ ସମୟରେ ଆପଣ ଯଦି ନିମ୍ନରେ ଦିଆଯାଇଥିବା ଜିନିଷଗୁଡ଼ିକ ଘରକୁ ଆଣନ୍ତି ତାହେଲେ ଆପଣଙ୍କୁ କେବେହେଲେ ଅର୍ଥ କଷ୍ଟ ହେବନାହିଁ | ସମଗ୍ର ଜୀବନ ଆପଣ ଧନଧାନ୍ୟରେ ପ୍ରାପ୍ତି କରି ସୁଖୀ ଜୀବନ ନିର୍ବାହ କରିପାରିବେ |
ଆମ ଶାସ୍ତ୍ରମାନଙ୍କରେ ଏଭଳି କିଛି ଧନ ଆକର୍ଷଣକାରୀ ଜିନିଷ ସମ୍ପର୍କରେ ସୂଚନା ଦିଆଯାଇଛି ଯାହା ପ୍ରବଳ ଧନ ଆକର୍ଷଣ କରିପାରେ | ଆପଣଙ୍କ ଅବଗତି ନିମ୍ନରେ ସେ ସମ୍ପର୍କରେ ସୂଚନା ଦିଆଯାଇଛି :
୧. ହାତଯୋଡ଼ି – ହାତଯୋଡ଼ି ଏକ ନିର୍ଦ୍ଧିଷ୍ଟ ବୃକ୍ଷର ଚେର | ଏହାର ଆକୃତି ମଣିଷର ଯୋଡି ହୋଇରହିଥିବା ଦୁଇ ହାତ ସଦୃଶ ହୋଇଥାଏ | ଏହି ଚେରରେ ପ୍ରବଳ ବଶୀକରଣ ଶକ୍ତି ରହିଛି | ଦୀପାବଳି ରାତିରେ ଯଦି ସିଦ୍ଧ ଏବଂ ଅଭିମନ୍ତ୍ରିତ ‘ହାତଯୋଡ଼ି’ ଚେର ଆଣି ନିଜ ଟ୍ରେଜେରିରେ ରଖାଯାଏ ତେବେ ଏହା ପ୍ରାଚୀର ଧନ ଆକର୍ଷଣ କରିପାରିବ |
୨. ସ୍ପଟିକ ଶ୍ରୀଯନ୍ତ୍ର – ଦୀପାବଳି ରାତିରେ ଯଦି ସିଦ୍ଧ ଏବଂ ଅଭିମନ୍ତ୍ରିତ ସ୍ପଟିକ ଶ୍ରୀଯନ୍ତ୍ର ପୂଜାଘରେ ସ୍ଥାପନ କରାଯାଏ ତାହେଲେ ମଧ୍ୟ କେବେ ଧନର ଅଭାବ ରହିବନାହିଁ |
୩. ଏକାକ୍ଷୀ ନାରିକେଳ ବା ନଡ଼ିଆ – ଏକାକ୍ଷୀ ନାରିକେଳକୁ ଲକ୍ଷ୍ମୀଙ୍କ ସାକ୍ଷାତ ସ୍ୱରୂପ ବୋଲି ବିଚାର କରାଯାଏ | ଦୀପାବଳି ରାତିରେ ଏକାକ୍ଷୀ ନାରିକେଳକୁ ବିଧି ଅନୁସାରେ ପୂଜାକରି ଠାକୁରଘର ବା ଟ୍ରେଜେରି ମଧ୍ୟରେ ରଖାଯାଏ ତାହେଲେ ବର୍ଷସାରା ଧନଲାଭ ହୋଇଥାଏ |
୪. ନାଗକେଶର – ଦୀପାବଳି ରାତିରେ ଏକ ରୋପ୍ୟ ଡବାରେ ନାଗକେଶରକୁ ମହ୍ଵ ସହ ମିଶାଇ ରଖିବା ସହ ଏହାକୁ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ |
୫. ପଦ୍ମ ଫଳ – ଦୀପାବଳି ରାତିରେ ପଦ୍ମ ଫଳକୁ ନିଜ ଟଙ୍କା ବାକ୍ସ ମଧ୍ୟରେ ରଖିଲେ ପ୍ରବଳ ଧନଲାଭ ହୋଇଥାଏ | ପଦ୍ମଫଳର ମାଳକୁ ଦୀପାବଳି ରାତିରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ପ୍ରବଳ ଧନାଗମ ହୋଇଥାଏ |
୬. ଗୋମତିଚକ୍ର – ଦୀପାବଳି ଦିନ ପ୍ରତ୍ୟୁଷରୁ ୩ଟି ଗୋମତିଚକ୍ରର ଚୁର୍ଣ ଘରର ସମ୍ମୁଖ ଭାଗରେ ବିଛୁରିତ କଲେ ଦୁର୍ଭାଗ୍ୟର ବିନାଶ ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ | ୫ଟି ଗୋମତିଚକ୍ର ବା କଳା ହଳଦୀ ରୂପ ଟଙ୍କା ସହ ଏକ ହଳଦିଆ ବସ୍ତ୍ରରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ |
୭. କଳା ହଳଦୀ – ଦୀପାବଳି ରାତିରେ କଳା ହଳଦୀକୁ ରୂପ ଟଙ୍କା ସହ ହଳଦିଆ କପଡାରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ ବୋଲି ଜ୍ୟୋତିର୍ବିଦ ପଣ୍ଡିତ ହେମନ୍ତ ରିଛାରିଆ କହିଛନ୍ତି |