କଣ୍ଟେନମେଣ୍ଟ ଜୋନ୍ ହେଲା ଧାମନଗର ଥାନା

Published By : Prameya-News7 Bureau | July 20, 2020 IST

ଭଦ୍ରକ ୨୦।୭: ଥାନା ହେଲା କଣ୍ଟେନମେଣ୍ଟ ଜୋନ୍ । ଭଦ୍ରକ ଜିଲ୍ଲା ଧାମନଗର ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ନୋଟିସ୍ ଲଗାଇଲେ ଧାମନଗର ଏନଏସି କର୍ତ୍ତୃପକ୍ଷ । ପୂର୍ବରୁ ୯ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବାରୁ କେବଳ ନୋଟିସ୍ ଲାଗିଲା । ଥାନାରୁ କୋଭିଡ୍ ଯୋଦ୍ଧା ସଂକ୍ରମିତ ଚିହ୍ନଟ ହୋଇଥିବାରୁ କଣ୍ଟେନମେଣ୍ଟ ଜୋନ୍ କରାଯିବା ନେଇ ସୂଚନା ମିଳିଛି।

{"id":303066,"sizeSlug":"large"}

ଭଦ୍ରକ ଜିଲ୍ଲାରେ ପୋଲିସ କର୍ମୀଙ୍କ ସହ ୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୩ ଜଣ ଲୋକାଲ କଣ୍ଟାକ୍ଟ ଓ ୪୮ ଜଣ ସରକାରୀ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.