ମିଳିଲାନି ଯଥୋଚିତ ସମ୍ମାନ, ଅଭିମାନ କରି ସଭା ମଝିରୁ ଉଠି ଆସିଲେ ବିଧାୟକ, କହିଲେ…

Published By : Prameya-News7 Bureau | December 09, 2020 IST

ଭଦ୍ରକ ୦୯।୧୨: ରାଗିଗଲେ ବିଧାୟକ ଆଉ ଅଭିମାନ କରି ସଭା ମଝିରୁ ଉଠି ଚାଲି ଆସିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । କାନ୍ତକବି ଲଷ୍ମୀ କାନ୍ତ ମହାପାତ୍ରଙ୍କ ୧୩୨ ତମ ଜୟନ୍ତୀ ଅବସରରେ  ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦାଠାରେ କାନ୍ତକବିଙ୍କ ସମାଧିପୀଠର ନବୀକରଣର ଶୁଭାରମ୍ଭ ହୋଇଥିଲା। ହେଲେ ଆୟୋଜିତ ସଭାରେ ମନ୍ତ୍ରୀଙ୍କ ଭାଷଣ ପରେ ଧାମନଗର ନିର୍ବାଚନୀ ମଣ୍ଡଳୀରୁ ବିଜେପି ବିଧାୟକ ବିଷ୍ଣୁ ସେଠୀ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ଚାଲି ଆସିଥିଲେ।

{"id":375312,"sizeSlug":"large","linkDestination":"none"}

ଏହି ଅବସରରେ ଆୟୋଜିତ ସଭାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ଭଦ୍ରକ ସାଂସଦ , ଭଦ୍ରକ ବିଧାୟକ , ଭଣ୍ଡାରିପୋଖରୀ ବିଧାୟକ , ଚାନ୍ଦବାଲି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସଭାରେ ମନ୍ତ୍ରୀଙ୍କ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଷଣ ଦେଇଥିଲେ। ମାତ୍ର ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଭାଷଣ ଦେବା ପାଇଁ ବିଳମ୍ବ ହୋଇଥିବାରୁ ବିଷ୍ଣୁ ସେଠୀ ମଞ୍ଚରୁ ପଳାଇଆସିଥିଲେ । ସଭାର ସଭାପତିତ୍ୱ କରୁଥିବା ଓ କାନ୍ତକବିଙ୍କ ସମ୍ପର୍କୀୟ ବିଷ୍ଣୁ ସେଠୀଙ୍କୁ ଅଟକାଇବା ବେଳେ ବିଷ୍ଣୁ ସେଠୀ ତାଙ୍କୁ ଧକ୍କା ମାରୁଥିବା ଦେଖିବାକୁ ମିଳିଥିଲା। ସଭାରେ ତାଙ୍କୁ ଯଥୋଚିତ ସମ୍ମାନ ଦିଆଯାଇନଥିବା ବିଧାୟକଙ୍କ ଅଭିମାନରୁ ଜଣା ପଡୁଥିଲା। ତାଙ୍କୁ କାନ୍ତକବିଙ୍କ ସମ୍ପର୍କୀୟ ବୁଝାଇବାକୁ ଉଦ୍ୟମ କରିଥିଲେ। ହେଲେ ବିଧାୟକ କିଛି କହି ସେଠାରୁ ଚାଲି ଆସିଥିଲେ।

{"id":375313,"sizeSlug":"large","linkDestination":"none"}

ବିଧାୟକ କହିଛନ୍ତି ଯେ, ମନ୍ତ୍ରୀ ଭାଷଣ ଦେବା ପରେ ବିଧାୟକ ହିସାବରେ ମୁଁ ଭାଷଣ ଦେବା ଉଚିତ୍ ନୁହେଁ। କିନ୍ତୁ ମୋ ପ୍ରତି ଏହି ପରି ବ୍ୟବହାର ଠିକ୍ ନୁହେଁ। ମୁଁ କାନ୍ତକବି ଲଷ୍ମୀ କାନ୍ତ ମହାପାତ୍ରଙ୍କୁ ହୃଦୟରୁ ଭଲ ପାଏ, ସେଥିପାଇଁ କାର୍ଯ୍ୟକ୍ରମକୁ ଆସିଥିଲି ବୋଲି ବିଧାୟକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.