Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଡିଓଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଯୁବକକୁ ପୋଲିସ ଦେଉଛି ସୁରକ୍ଷା, ପୋଲିସର ଅସଲ ଚେହେରା ପଡିଲା ପଦାରେ

18/10/2019 at 7:46 PM

ଭଣ୍ଡାରୀପୋଖରୀ୧୮|୧୦: ବିଡିଓଙ୍କୁ ଜଣେ ଯୁବକଙ୍କ ଦୁର୍ବ୍ୟବହାର । ଆଶାଳିନ ଭାଷାରେ ଗାଳିଗୁଲଜ କଲେ। ଆଉ ଏସବୁ କିଛି ଘଟିଥିଲା  ପୋଲିସ ଆଗରେ। ଜଣେ ନୁହେଁ ଏକାଧିକ ପୋଲିସ ଥିଲେ କିନ୍ତୁ  ସଂପୃକ୍ତ ଯୁବକକୁ ଅତି ସସମ୍ମାନ ଛାଡ଼ି ଦେଉଛନ୍ତି। ମାଡ଼ । ଭଦ୍ରକ ଧାମନଗର ଏହି ଭିଡିଓ ଏବେ ସାରା ରାଜ୍ୟର ଭାଇରାଲ ହୋଇଥିବା ବେଳେ ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠାଇଛି ଅନେକ ପ୍ରଶ୍ନ। ଯାହାକୁ ନେଇ ଆପଣଙ୍କର ବି ରକ୍ତ ଗରମ ହୋଇଯିବ।  

ଏ ହେଉଛି ସେହି ଭିଡିଓ ଯାହା ଦର୍ଶାଉଛି ରାଜ୍ୟରେ କେମିତି ଚାଲିଛି ପୋଲିସ ବ୍ୟବସ୍ଥା। ଯାହା ଦର୍ଶାଉଛି ପୋଲିସ ଓ ଅପରାଧୀ ମଧ୍ୟରେ ସଂପର୍କ। ଏ ଭିଜୁଆଲ ହେଉଛି ଭଦ୍ରକ ଜିଲ୍ଲା ଧାମନଗରର।ଗତକାଲି ରାତିର। ଧାମନଗର ବିଡିଓ ଦୁର୍ଗା ଚରଣ ମୁର୍ମୁ ରାତିରେ ବାସଭବନକୁ ଫେରୁଥିବା ବେଳେ ସର୍ବସାଧାରଣ ସ୍ଥାନ ବ୍ଲକ ଛକରେ କିଛି ମଦ୍ୟପ ହୋହଲ୍ଲା କରୁଥିବା ଦେଖି ସେମାନଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ । କିଛି ଯୁବକ ଚାଲିଯାଇଥିଲେ କିନ୍ତୁ ସେଠାରେ ଥିବା ରାଜେଶ ମହାନ୍ତି ବିଡିଓଙ୍କୁ ତାଙ୍କର ଅସଲ ଚେହେରା ଦେଖାଇଥିଲେ।  ଦେଖନ୍ତୁ ଏହି ଭିଜୁଆଲ ଆଉ ଶୁଣନ୍ତୁ କଣ କହୁଛନ୍ତି ରାଜେଶ।

ଏହି ଘଟଣା ସମୟରେ ପୋଲିସ ପିସିଆର ପହଞ୍ଚିଥିଲା। ଆଉ ପୋଲିସର କାର୍ଯ୍ୟକଳାପ ବି ଦେଖନ୍ତୁ। ପୋଲିସ ନା ବିଡିଓଙ୍କୁ ସୁରକ୍ଷା ଦେଇଥିଲା ନା ଏଭଳି ଅଶାଳିନ ଭାଷାରେ ଗାଳିଗୁଲଜ କରୁଥିବା ଯୁବକକୁ ଅଟକ ରଖିଥିଲା।ରାଜେଶ ବିଡିଓଙ୍କୁ ବାରମ୍ବାର ମାଡ଼ ମାରିବାକୁ ଧମକ ଦେଇଛନ୍ତି। ଆକ୍ରମଣ କରିବାକୁ ଗୋଡ଼ାଇ ଆସିଛନ୍ତି। ଆଉ ଏତିକିବେଳେ ରାଜେଶକୁ ପୋଲିସ ଯେମିତି ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଭିଆଇପି ଟ୍ରିଟମେଣ୍ଟ ଦେଇ ରାଜେଶକୁ ବିଦାୟ କରିଥିଲା।

ରାଜ୍ୟରେ ପୋଲିସ ବିଭାଗରେ ମୋ ସରକାର କାର୍ଯ୍ୟକାରୀ ହେଉଛି। ଡିଜି ଅପରାଧ ନିୟନ୍ତ୍ରଣ ନେଇ ଖୁବ ସକ୍ରୀୟ, ଏମିତିକି ଲୋକଙ୍କଠାରୁ ଫିଡ୍‌ ବ୍ୟାକ ନେଉଛନ୍ତି। ନିଜେ ଡିଜି ଦେଖନ୍ତୁ ତାଙ୍କ ପୋଲିସ କର୍ମଚାରୀଙ୍କ କାଣ୍ଡ କାରଖାନା। ଦେଖନ୍ତୁ ଏଠାରେ କେଉଁମାନେ କାର୍ଯ୍ୟରତ ଥିଲେ। ସେଠାରେ ଉପସ୍ଥିତ ଥିଲେ ଏଏସଆଇ ରୋହିତ କୁମାର ଦାସ, ଇଏ ହେଉଛନ୍ତି ଏଏସଆଇ ଲମ୍ବୋଦର ମୁର୍ମୁ, ଏ ହେଉଛନ୍ତି କନଷ୍ଟେବଳ ଶ୍ରୀନିବାସ ରାଉତ, ବିରଞ୍ଚି ସେଠୀ, ଏବଂ ଡ୍ରାଇଭର। ପୋଲିସ କଣ ନିଜ କର୍ତ୍ତବ୍ୟ ଭୁଲିଯାଉନି କି?  

ବିଡିଓ ଦୁର୍ଗା ଚରଣ ମୁର୍ମୁ ଏତଲା ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହୋଇନି। ସଂପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଇଥିଲେ କର୍ମଚାରୀ। ଏପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାମନଗର ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟରେ କର୍ମଚାରୀମାନେ ତାଲା ମାରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।

ଏ ହେଉଛି ରାଜେଶ ମହାନ୍ତି, ଘର ଧାମନଗର ତାଳପଦା ଗାଁରେ । ଯିଏ ଖୋଲାଖୋଲି କହୁଛନ୍ତି ତାଙ୍କର ପୋଲିସ ସହିତ ଭଲ ସଂପର୍କ ଅଛି। ବହୁ ଅଫିସର ତାଙ୍କୁ ଚିହ୍ନିଛନ୍ତି। ରାଜେଶ ଯେଉଁ ବୁବୁନା ନାଁ ନେଉଛନ୍ତି ସେ ପୁଣି କିଏ। ତାହା ବି ସ୍ପଷ୍ଟ ହେବା ଦରକାର। ଆମେତ କହିବୁ ଯଦି ରାଜେଶଙ୍କ କଥାରେ ସତ୍ୟାସତ୍ୟ ରହିଛି ତାହା ସାଂଘାତିକ।  ଯାହାଙ୍କର ଅଭୟ ବର ପାଇ ରାଜେଶ ଏମିତି ଉତ୍ପାତ ହୋଇଥିଲେ। ଆଉ ପୋଲିସ ରାଜେଶଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେଇ ବିଦା କରିଦେଲା। ମଧ୍ୟ ପିଇଥିବା ସତ୍ତ୍ବେ, ହେଲମେଣ୍ଟ ନଥିବା ସତ୍ତ୍ବେ ତାଙ୍କୁ ବାଇକରେ ବସାଇ ବିଦା କଲା। ଡିଜି ଏସବୁ କିଛି ଜାଣିସାରିବେଣି। କେମିତି ପଦକ୍ଷେପ ନେଉଛନ୍ତି ଆଉ କେତେ ଶୀଘ୍ର ପଦକ୍ଷେପ ନେଉଛନ୍ତି ତା ଉପରେ ରହିଛି ନଜର।

   Related Posts