Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏମତି ଥିଲା ଧର୍ମେନ୍ଦ୍ରଙ୍କ ପିଲାଦିନ, ସୋସିଆଲ୍‌ ମଡିଆରେ କଲେ ଫଟୋ ସେୟାର

2/09/2019 at 3:48 PM

ନୂଆଦିଲ୍ଲୀ .- ବଲିଉଡ୍‌ର ଭେଟରାନ୍‌ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର । ଏବେବି ଯୁବ ବର୍ଗଙ୍କ ମଧ୍ୟରେ ତାଙ୍କର ଅଭିନୟ ଓ ମାସକୁଲିନ୍‌ ଚେହେରା ପାଇଁ ବେଶ୍‌ ପ୍ରସିଦ୍ଧ । ଧର୍ମେନ୍ଦ୍ର ସେୟାର କରିଥିବା ଏକ ଫଟୋରେ ମାଆ ଗୋବର ଘଷି ପାରୁଥିବା ବେଳେ ଏକ ଛୋଟ ଶିଶୁ କାନ୍ଥରେ ଆଉଜି ବସିଛି । ଧର୍ମେନ୍ଦ୍ର ଏହି ଫଟୋକୁ ସେୟାର କରିବା ସହ ତାଙ୍କର ପିଲାଦିନ କିଛି ଏପରି ଥିବା କଥା କହିଛନ୍ତି ।


ଏହି ଫଟୋକୁ ଦେଖି ତାଙ୍କର ପିଲାଦିନ ସ୍ମୃତି ମନେ ପଡିଛି । ଏବେବି ବି ନିଜର କୃଷିକ୍ଷେତ୍ର ଓ ଫାର୍ମ ହାଉସରେ ସେ ଗୋବର ଏକାଠି କରି ପ୍ରାକୃତିକ ସାର ତିଆରି କରନ୍ତି ବୋଲି କହିଛନ୍ତି । ମାଟି, ଖେତ, ସାର ଓ ପାଣି ଚାଷୀର ଗୌରବ ବୋଲି ଉଲ୍ଲେଖ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ଏହି ଫଟୋରେ ତାଙ୍କର ପ୍ରଶଂସକ ବେଶ୍ ମନ୍ତବ୍ୟ ବା କମେଣ୍ଟ ଦେବାରେ ଲାଗିଛନ୍ତି ।

ଅନ୍ୟ ଏକ ପୋଷ୍ଟରେ ସେ ତାଙ୍କ ବଡ ପୁଅ ସନି ଦେଓଲ୍‌ଙ୍କ ଫଟୋ ସେୟାର କରିଛନ୍ତି ।ଏଥିରେ ସନି ଦେଓଲଙ୍କ ଟାଓ୍ୱେଲ ପିନ୍ଧା ଫଟୋ ସେୟାର କରିଛନ୍ତି । ଏହି ଫଟୋ ନେବା ବେଳେ ସନି ଦେଓଲଙ୍କର ବିନା ଟାଓ୍ୱେଲରେ ସେ ଫଟୋ ନେବାକୁ ଚେଷ୍ଚା କରିଥିଲେ , ମାତ୍ର ସନି ଦେଓଲ ଏଥିପାଇଁ ମନା କରିଥିଲେ ବୋଲି ସେ ଉଲ୍ଲେଖ କରିବା ସହ ସେ ସନିଙ୍କୁ ବେଶ ଭଲ ପାଆନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

   Related Posts