Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଧାମନଗର ବ୍ଲକ୍‌ର ସାହାସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

5/05/2020 at 10:09 AM

ଭଦ୍ରକ ୫।୫: ଭଦ୍ରକ ଜିଲ୍ଲାରେ ସୋମବାର ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିଲା । ତେବେ ଗତକାଲି ଚିହ୍ନଟଙ୍କ ମଧ୍ୟରୁ ଜଣେ ବାସୁଦେବପୁର ବ୍ଲକ୍ ଓ ଅନ୍ୟ ଜଣେ ଧାମନଗର ବ୍ଲକର ବୋଲି ଜିଲ୍ଲାପାଳ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଭଦ୍ରକ ଜିଲ୍ଲାରେ ପ୍ରଥମ ତିନିଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଜିଲ୍ଲାର କରୋନା ଚିତ୍ରକୁ ଦେଖିଲେ ଭଦ୍ରକ ବ୍ଲକ୍ ଓ ପୌରାଞ୍ଚଳରେ ୩ ଜଣ, ବାସୁଦେବପୁର ବ୍ଲକରେ ୧୦ ଜଣ, ଭଣ୍ଡାରିପୋଖରୀ ବ୍ଲକ୍ ରେ ୨ ଜଣ, ଧାମନଗର ବ୍ଲକ୍ ରେ ୩ ଜଣ, ତିହିଡି ବ୍ଲକ୍ ରେ ୨ ଜଣ, ବନ୍ତ ବ୍ଲକ୍ ରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମୟ ବ୍ୟବଧାନରେ କ୍ରମାଗତ ଭାବେ ୧୨ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିବା ପରେ ପ୍ରଶାସନଠାରୁ ଆରମ୍ଭ କରି ଭଦ୍ରକବାସୀ ସମସ୍ତେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥିଲେ । ତେବେ ପୁଣି ପଜିଟିଭ ରିପୋର୍ଟ ସାଧାରଣରେ ଆତଙ୍କ ସୃଷ୍ଟି କରିଛି ।

ଗତକାଲି ଭଣ୍ଡାରିପୋଖରୀ ବ୍ଲକ୍ ର ରାହାଣିଆ ଓ ତେସିଙ୍ଗା ପଞ୍ଚାୟତରୁ କଣ୍ଟେନମେଣ୍ଟ କଟକଣା କୋହଳ ହୋଇଥିବାବେଳେ ପୁଣି ଧାମନଗର ବ୍ଲକର ସାହାସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ଗତକାଲି ପଜିଟିଭ ଚିହ୍ନଟ ବାସୁଦେବପୁର ବ୍ଲକ୍ ର ଲକ୍ଷ୍ମୀଦାସପୁର ଅଞ୍ଚଳର ହୋଇଥିବାରୁ ପୂର୍ବରୁ ଏହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଥିବାରୁ ସମୟ ସୀମାକୁ ପୁଣି୧୪ ଦିନକୁ ବଢାଇ ଦିଆଯାଇଛି ।

   Related Posts