ଏସଟିଏଫ ପଞ୍ଝାରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ, କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ

Published By : Prameya-News7 Bureau | January 07, 2021 IST

ଭୁବନେଶ୍ୱର ୦୭।୦୧: ଏସଟିଏଫ ପଞ୍ଝାରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ବାଇପାସରୁ ବ୍ରାଉନସୁଗାର ବେପାରୀ ସେଖ୍ ଅନୱର ଓରଫ ପିଣ୍ଟୁକୁ ଗିରଫ କରାଯାଇଛି । ପିଣ୍ଟୁକୁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ପିଣ୍ଟୁ ନିକଟରୁ ୧ କେଜି ୩୧୦ ଗ୍ରାମର ବ୍ରାଉନସୁଗାର ସହ ବାଇକ ମଧ୍ୟ ଜବତ ହୋଇଛି । ତେବେ ଜବତ ହୋଇଥିବା ବ୍ରାଉନସୁଗାର ଆନୁମାନିକ ମୁଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ କ୍ରାଇମବ୍ରାଞ୍ଜ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରାଜ୍ୟରେ ଏବେ ବ୍ରାଉନସୁଗାର କାରବାର ବଢିଛାଲିଛି । ଯାହାକୁ ଦୃଷ୍ଟିରେ ରଖି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏପ୍‌ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।ଏହି ପରିପେକ୍ଷୀରେ ଆଜି ଖୋର୍ଦ୍ଧା ବାଇପାସରୁ ଧଳଜହର ବେପାରୀ ସେଖ୍ ଅନୱରକୁ ଗିରଫ କରିଛି ।  ସେଖ୍ ଅନୱର ନିକଟରୁ ପ୍ରାୟ ୧ କୋଟି ୩୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ମଧ୍ୟ ଜବତ କରିଛି । ତେବେ ଏତେ ପରିମାଣର ବ୍ରାଉନ୍‌ସୁଗାର  କେଉଁ ଆଡେ ଚାଲାଣ କରାଯାଉଥିଲା , ଏବଂ ଏଥିରେ କିଏ କିଏ ସାମିଲ ଅଛନ୍ତି । ସେନେଇ ତନାଘନା ଆରମ୍ଭ କରିଛି ଏସ୍‌ଟିଏଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.