ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ଗିରଫ, ୩ କେଜିରୁ ଅଧିକ ଧଳାଜହର ଜବତ

Published By : Prameya-News7 Bureau | July 08, 2020 IST

ଖୋର୍ଦ୍ଧା ୦୮।୦୭: ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କରାଯାଇଛି । ଦଧିମାଛଗାଡିଆ ଗୁଳିକାଣ୍ଡ ମାମଲାରେ ମନୋରଞ୍ଜନ ମୁଖ୍ୟ ଅଭିଯୁକ୍ତ । ମନୋରଞ୍ଜନକୁ ଖୋର୍ଦ୍ଧା ପୋଲିସ ଗିରଫ କରିବା ବେଳେ ତାନିକଟରୁ ୩ କିଲୋ ୬୦୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।

{"id":297678,"sizeSlug":"large"}

ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ ଟଙ୍କା ହେବ । ଏଥି ସହତ ଗୋଟିଏ ପିସ୍ତଲ, ବାଇକ ଏବଂ ନଗଦ ୧୬ ହଜାର ୫ଶହ ଟଙ୍କା ଜବତ ହୋଇଛି । ଗତ ଜୁନ ୧୬ରେ ଦଧିମାଛଗାଡିଆ ଲାଲ ପ୍ରଧାନ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା ।

{"id":297679,"sizeSlug":"large"}

ମନୋରଞ୍ଜନକୁ ଧରିବା ପାଇଁ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଆଜି ତାକୁ ଗିରଫ କରାଯାଇଥିବା ପ୍ରେସମିଟରେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି । ୨୦ ବର୍ଷୀୟ ମନୋରଂଜନ ସାହୁ ନାମରେ ରହିଛି ଏକାଧିକ ମାମଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.