୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

Published By : Prameya-News7 Bureau | October 05, 2020 IST

ପୁରୀ ୦୫।୧୦: ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ପୁରୀ ମଙ୍ଗଳାଘାଟ ଛକ ନିକଟରୁ ୨୭୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର କାରବାର ମାମଲାରେ ୬ ଗିରଫ ।

{"id":338926,"sizeSlug":"large"}

ରବିବାର ମଙ୍ଗଳାଘାଟ ଛକ ନିକଟରେ ପୋଲିସ ଓ MVI, ଏକ କଳା ପଲସର ଗାଡି ଓ ଗୋଟିଏ ସଫାରୀ କାରକୁ ଅଟକାଇ ଚେକିଂ କରିଥିଲା । ସେହି ସମୟରେ ଗାଡ଼ିରୁ ୨୭୫ ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ବନ୍ଧୁକ ସହ ଗୋଟିଏ ଗୁଳି ପୋଲିସ ପାଇଥିଲା । ଏନେଇ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରିଛି ବାସେଳୀ ସାହି ପୋଲିସ । ଦୁଇଟି ଗାଡି, ବନ୍ଧୁକ ଓ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.