Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରାଜଧାନୀରୁ ପୁଣି ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

22/04/2021 at 2:25 PM

ଭୁବନେଶ୍ୱର ୨୨।୦୪: ରାଜଧାନୀରୁ ପୁଣି ଧରିପଡିଲା ବ୍ରାଉନସୁଗାର । ୧୨୩ ଗ୍ରାମର ବ୍ରାଉନ୍‌ସୁଗାର ଜବତ କଲି ସ୍ପେଶାଲ୍‌ ସ୍କ୍ୱାର୍ଡ ଓ ମଞ୍ଚେଶ୍ୱର ଥାନା ପୋଲିସ । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ସଂପୃକ୍ତ ଯୁବକ ଜଣଙ୍କ ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ପାଖରେ ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା କମିଶନରେଟ୍ ପୋଲିସ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ କମିଶନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଓ ମଞ୍ଚେଶ୍ୱର ଥାନା ପୋଲିସ ମିଳିତ ଅପରେସନରେ ଏତେ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଛି । ପ୍ରାୟ ୧୨୩ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

   Related Posts