Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିନା ମାସ୍କ ଓ ହେଲମେଟ ପାଇଁ ଫସିଲେ, ଗାଡ଼ିରୁ ଜବତ ହେଲା କୋଟିଏ ଟଙ୍କାର ଧଳାଜହର

27/10/2021 at 1:45 PM

ଭଦ୍ରକ ୨୭।୧୦: ବିନା ମାସ୍କ ଓ ହେଲମେଟ ପାଇଁ ଫସିଲେ । ପୋଲିସ ଚେକିଂ ସମୟରେ ସେମାନଙ୍କ ଠାରୁ ଜବତ ହେଲା ବିପୁଳ ପରିମାଣର ବ୍ରାଉନ୍‌ସୁଗାର । ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧ କୋଟି ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଏହି ସଫଳତା ମିଳିଛି ।

ଖବର ଅନୁଯାୟୀ, ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ରାନ୍ଦିଆ ପାଓ୍ୱାର ପ୍ଲାଣ୍ଟ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ଚେକିଂ କରୁଥିଲା । ବାଇକ୍‌ ଯୋଗେ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ନେଇ ପୋଲିସ ନିକଟରେ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିଲେ । ତେବେ ବାଇକ୍‌ ୨ ଜଣ ବିନା ମାସ୍କ ଓ ହେଲ୍‌ମେଟ୍‌ରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । ପୋଲିସ ସେମାନଙ୍କୁ ଅଟକ ରଖି ଚେକିଂ କରିଥିଲେ । ଚେକିଂ ସମୟରେ ସେମାନଙ୍କ ଠାରୁ ୧ କିଲୋ ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩ ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି ।  

ତେବେ ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁର ଅଞ୍ଚଳର ଶ୍ରୀକାନ୍ତ ଓ ଅରୁଣ ସେଠି । ସେମାନେ କେଉଁଠାରୁ ଏତେ ପରିମାଣର ବ୍ରାଉନସୁଗର ଆଣିଥିଲେ ଏବଂ କେଉଁ ସ୍ଥାନକୁ ନେଇ ଯାଉଥିଲେ  । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍ ଆରମ୍ଭ କରିଛି ପୋଲିସ ।

   Related Posts