Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

୨୬୫ ଗ୍ରାମର ବ୍ରାଉନ ସୁଗାର ଜବତ, ୩ ଗିରଫ

3/03/2021 at 2:11 PM

ଭଦ୍ରକ,୦୩/ ୦୩:   ପୁଣି ଧରାହେଲା ବ୍ରାଉନସୁଗାର , ବାଇକରେ ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୨୬୫ ଗ୍ରାମ ବ୍ରାଉନସୁଗାର ସହ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନାଅନୁସାରେ, ଏହି ବ୍ରାଉନସୁଗାରକୁ ଜବତ କରିଛି ଭଦ୍ରକ ଜିଲ୍ଲା ଧୂସୁରି ପୋଲିସ । ଧୂସୁରି ପୋଲିସ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ଖବର ପାଇଥିଲା । ଧୂସୁରି  ପୋଲିସର ଏକ ଟିମ୍ ଦିନ ୧୧ଟାରୁ ଭଦ୍ରକ ଆରଡ଼ି ରାସ୍ତାର ଉଚ୍ଚପଦା ଛକ ନିକଟରେ ଜଗି ରହିଥିଲେ । ତେବେ ୩ ଅଭିଯୁକ୍ତ ଏକ ସ୍କୁଟରରେ ବ୍ରାଉନସୁଗାର ନେଇ ଧୂସୁରି ଅଭିମୁଖେ ଯାଉଥିବା ବେଳେ ଅସୁରାଳି ବିଦ୍ୟୁତ ଷ୍ଟ୍ରକଚର ନିକଟରେ ପୋଲିସ ସେନାନଙ୍କୁ ଅଟକାଇଥିଲା । ଖାନତଲାସୀ ବେଳେ ସେମାନଙ୍କ ନିକଟରୁ ଏକ ପଲିଥିନରେ ୨୬୫ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି ।

ଗିରଫ ଅଭିଯୁକ୍ତ ହେଉଛନ୍ତି ଧୂସୁରି ଥାନା ଖପରପଦା ଅଞ୍ଚଳର ମଣିଭଦ୍ର ସାହୁ, ଗ୍ରାମଞ୍ଚଳ ଥାନା ଚୁନିଦା ଅଞ୍ଚଳର ନିରାକାର ଜେନା ଓ ତ୍ରିଲୋଚନ ଦାସ । ତେବେ ମଣିଭଦ୍ର ନିକଟରୁ ୨୨ ହଜାର ୮ ଶହ ନଗଦ ଟଙ୍କା, ୧୦ ମୋବାଇଲ ଫୋନ, ୪୯ କାଗଜ ପିସ, ରବର, କଇଁଚି ସହ ଗୋଟିଏ ସ୍କୁଟି ଜବତ ହୋଇଛି । ସେହିପରି ନିରାକାର ନିକଟରୁ ୭ ହଜାର ୬ ଶହ ନଗଦ ଟଙ୍କା, ମୋବାଇଲ ,ବ୍ଲେଡ଼, କଇଁଛି, କାଗଜ  ଓ ତ୍ରିଲୋଚନ ନିକଟରୁ ମୋବାଇଲ, ୧୪ ଶହ ନଗଦ ଟଙ୍କା, କଇଁଚି ଓ ବ୍ରାଉନସୁଗାର ପ୍ୟାକେଟ ପାଇଁ ଥିବା କାଗଜ ଜବତ ହୋଇଛି । ଧୂସୁରି ଥାନାର ଏସଆଇ ମହାପ୍ରସାଦ ନାୟକଙ୍କ ଲିଖିତ ଏତଲା ବଳରେ ଏକ ମାମଲା ରୁଜୁ ହୋଇଛି ।  

   Related Posts