୬୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

Published By : Prameya-News7 Bureau | March 01, 2021 IST

ଖୋର୍ଦ୍ଧା,୧/୦୩ : ଖୋର୍ଦ୍ଧା ସହର ଏବେ ପାଲଟିଛି ବ୍ରାଉନ ସୁଗାର ବେପାରୀଙ୍କ ହବ୍ । ଲଗାତର ଭାବେ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଖୋଲାଖୋଲି ଭାବେ ଧଳା ଜହରର କାରବାର କରୁଛନ୍ତି । ତେବେ ସୋମବାର ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି ।

ବ୍ରାଉନ ସୁଗାର କାରବାର ଚାଲିଥିବା ନେଇେ କୌଣସି ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ସୂଚନା ପାଇ ଆଦର୍ଶ ଥାନା ପୋଲିସ ବାଇପାସର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଚଢଉ କରିଥିଲା  । ଚଢଉ ବେଳେ ୬୫୪ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।

 ଏହାସହ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ୯୫ହଜାର ଟଙ୍କା , ଏକ କାର ୬ ମୋବାଇଲ  ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ  ମୂଲ୍ୟ ୬୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.