Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମାଡି ଚାଲିଛି ଧଳା ଜହରର ଚେର : ୧୭୫ ଗ୍ରାମ୍ ବ୍ରାଉନ ସୁଗାର ଜବତ, ୨ ଅଟକ

21/02/2021 at 8:12 AM

ଆଠଗଡ, ୨୧|୦୨ :  ଧଳା ଜହରର ହବ୍ ପାଲଟିଛି ଆଠଗଡ଼।  ସ୍ଵତନ୍ତ୍ର ଟାସ୍କ ଫୋର୍ସ ଚଢଉ କରି ସହରରୁ ପ୍ରାୟ ୧୭୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ଦୁଇଜଣଙ୍କୁ ଅଟକ ରଖିଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ରାଧାପତିପୁର (ଚିରୁଗୁଡିଆ) ଠାରେ ପ୍ରଶାନ୍ତ କୁମାର ସାହୁ ଏବଂ ତାର ସହଯୋଗୀ ବିକାଶ କୁମାର ସ୍ବାଇଁଙ୍କୁ ଏସ୍ ଟିଏଫର ଏକ ସ୍ଵତନ୍ତ୍ର ଟିମ୍  ଏକ ହୋଟେଲରେ ଚଢାଉ କରି ଗିରଫ କରିଛି।

ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ।ଗତ କିଛି ଦିନ ଧରି ଆଠଗଡ଼ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ଠାରୁ ଆରମ୍ଭ କରି ଏହି ଭଳି ଡ୍ରଗ୍ସ କାରବାର ନେଇ ଅଭିଯୋଗ ହୋଇ ଆସୁଥିଲା।ଯୁବପୀଢି ମାନଙ୍କର ପ୍ରଥମ ପସନ୍ଦ ଏହି ଧଳା ଜହରର ଚାହିଦା ବୃଦ୍ଧିକୁ ନେଇ ଆଠଗଡ଼ ଅଞ୍ଚଳରେ ଏକ ରାକେଟ ଚାଲିଥିବା କୁହାଯାଇଛି। ବର୍ତ୍ତମାନ ସମୟରେ ଆଠଗଡ଼କୁ ଖୋର୍ଦ୍ଧା ଠାରୁ ଆରମ୍ଭ କରି ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ବରଗଡ଼ ଦେବଗଡ଼ ଆଦି ଜିଲ୍ଲାକୁ ଯୋଗାଯୋଗର ପର୍ଯ୍ୟାପ୍ତ ସୁବିଧା ଥିବା କାରଣରୁ ଡ୍ରଗ୍ସ ମାଫିଆମାନେ ଏହି ଅଞ୍ଚଳକୁ ନିଜ ନିଜର କାରବାର ପାଇଁ ଉପଯୁକ୍ତ ସ୍ଥାନ ବୋଲି ବାଛି ନେଇଛନ୍ତି।

ଫଳରେ ଆଠଗଡ଼ର ବିଭିନ୍ନ ଅଞ୍ଚଳରେ ଏଭଳି କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି।ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ସ୍କାନରରେ ଥିବା ଏହି ଅଞ୍ଚଳରେ ବିଶେଷ ନଜର ରଖି ଆଜି ଏହି ସଫଳତା ହାସଲ କରି ପାରିଛି।ଆଠଗଡ଼ ଥାନା କେସ ନଂ ୩୪ ଧାରା ୨୧ (ବି) ଏନ୍ ଡି ପି ଏସ୍ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।  ଏସ୍ ଟିଏଫ୍ ଅଭିଯୁକ୍ତମାନଙ୍କୁ ଆଠଗଡ଼ ପୋଲିସକୁ ହସ୍ତାନ୍ତର କରିବା ପରେ ଏହି ରାକେଟରେ କାମ କରୁଥିବା ଅନ୍ୟ ମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରି ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଠଗଡ଼ ଥାନା ଆଇଆଇସି ଜ୍ଞାନ ରଞ୍ଜନ ମିଶ୍ର।

   Related Posts