Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଧଳା ଜହର କାରବାର ଉପରେ ଲାଗିବ ରୋକ୍, ଏସଟିଏଫକୁ ଦିଆଗଲା ସ୍ୱତନ୍ତ୍ର ଦାୟିତ୍ୱ

8/06/2021 at 11:50 AM

କଟକ, ୦୮/୦୬ : ଡ୍ରଗ୍ସ କାରବାର ଉପରେ ଲାଗିବ ରୋକ୍ । ବନ୍ଦ ହେବ ବ୍ରାଉନ୍ ସୁଗାର ଚୋରା କାରବାର । ରାଜ୍ୟରେ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ରଣନୀତି।  ଏଥିପାଇଁ ଏସଟିଏଫକୁ ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି।

ଏସଟିଏଫରେ ଏବେ ନାର୍କୋଟିକ୍ସ ୟୁନିଟ୍ କାର୍ଯ୍ୟକାରୀ ହେବ। ଏଥିପାଇଁ ଜଣେ ଏସପି, ୩ ଡିଏସପିଙ୍କ ସହ ୨୭ଟି ନୂଆ ପୋଷ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଡ୍ରଗ୍ସ ଚୋରା କାରବାରକୁ ଦମନ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା  ଜ୍ଞାପନ କରିଛନ୍ତି ।

ପୋଲିସ ଡିଜି ଏସଟିଏଫକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଡ୍ରଗ୍ସ କାରବାର ରୋକିବାରେ ଏସଟିଏଫ୍ ବଡ଼ ଭୂମିକା ଗ୍ରହଣ କରିଛି। ତେବେ ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ ପଦକ୍ଷେପ ନେବୁ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

   Related Posts