ବିପୁଳ ପରିମାଣର ଧଳା ଜହର ଜବତ, ଜଣେ ଅଟକ

Published By : Prameya-News7 Bureau | April 18, 2021 IST

ଚଣ୍ଡିଖୋଲ,୧୮/୦୪: ବିପୁଳ ପରିମାଣର ଧଳା ଜହର ଜବତ । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ବେଣାପୁର ନିକଟରୁ ଜବତ ହେଲା ଧଳା ଜହର ।

ଯାଜପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ଏହି ଚଢଉ କରି ଧଳା ଜହର ଜବତ କରିଛି ।  ଜବତ ହୋଇଥିବା ସାମଗ୍ରୀର  ପରିଣାମ ପାଖାପାଖି ୧୦୦ଗ୍ରାମ ହେବ ବୋଲି ଜଣା ପଡିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି । ଏହି କାରବାରରେ  ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.