Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ସୁନ୍ଦରଗଡ଼ରୁ ଜବତ ହେଲା ଧଳାଜହର, ୫ଗିରଫ

25/07/2021 at 1:01 PM

ସୁନ୍ଦରଗଡ଼ ୨୫।୦୭: ବେଧଡ଼କ ଚାଲିଥିଲା ବ୍ରାଉନସୁଗାର ବେପାର । ପର୍ଦ୍ଦାଫାଶ କଲା ପୋଲିସ । ଚଢାଉ କରି ୧୫ ଗ୍ରାମର ବ୍ରାଉନସୁଗାର ଜବତ ସହ ୫ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି ।  

ଖବର ଅନୁଯାୟୀ, ବ୍ରାଉନସୁଗାର କାରବାର ନେଇ ପୋଲିସ ନିକଟରେ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହିକ୍ରମରେ ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରୁ ବ୍ରାଉନସୁଗାର ଜବତ । ରାଜଗାଙ୍ଗପୁର ଜାମପାଲି ବାଇପାସରେ ବ୍ରାଉନସୁଗାର କାରବାର କରୁଥିବା ୫ ଜଣ ଯୁବକକୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୫୧ ହଜାର ୨୧୦ ଟଙ୍କା, ୪ ଟି ମୋବାଇଲ ଫୋନ, ୨ଟି ମଟର ସାଇକେଲ,ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ସମସ୍ତେ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ।

   Related Posts