କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

Published By : Prameya-News7 Bureau | July 17, 2021 IST

ଭଦ୍ରକ,୧୭/୦୭ :  ୧  କିଲୋର ବ୍ରାଉନ ସୁଗାର ଜବତ । ଭଦ୍ରକ ପୋଲିସ ଚଢଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ।

ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଘଟମାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଜବତ କରିଛି ।  ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ତେବେ ଏକ ଅଟୋରେ ଜଳେଶ୍ବରରୁ ଭଦ୍ରକ ଆସୁଥିବା ବେଳେ ପୋଲିସ ଧଳାଜହର ଜବତ କରିଥିଲା । ଗିରଫଙ୍କ ମଧ୍ୟ ରେ ଡ୍ରଗସ୍ ମାଫିଆ ଚାଚିର ଭାଇ ରହିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.