Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପଶ୍ଚିମବଙ୍ଗ ଚାଲାଣ ବେଳେ ଜବତ ହେଲା ବ୍ରାଉନସୁଗାର, ଜଣେ ଗିରଫ

2/07/2021 at 8:04 AM

ଜଳେଶ୍ୱର, ୦୨/୦୭ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ଜବତ କରାଯାଇଛି। ବାଇକ ଯୋଗେ ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗ ଗଲା ବେଳେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ତାଙ୍କଠାରୁ ପ୍ରାୟ ୧୭ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ଆଇଆଇସି ପର୍ଶୁରାମ ସାହୁଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ପୋଲିସ ଚଢଉ କରି ବ୍ରାଉନସୁଗାର ଜବତ କରିଛି। ଜଣେ ଯୁବକ ଗୁରୁବାର ଅପରାହ୍ଣରେ ଏକ ମୋଟର ସାଇକେଲ୍ ଯୋଗେ ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗ ଗଲା ବେଳେ ଅନୁକୂଳ ମନ୍ଦିର ପାଖରୁ ପୋଲିସ ଗିରଫ କରିଛି।

ଗିରଫ ହୋଇଥିବା ଯୁବକଜଣଙ୍କ ମେଦିନପୁର ଅଞ୍ଚଳର ଅରୁଣ ମାନ୍ନା। ସେ ଏକ ଆପାଚୀ ବାଇକରେ ଯୋଗେ ବ୍ରାଉନସୁଗାର ଚାଲାଣ କରୁଥିଲେ। ପୋଲିସ ତାଙ୍କ ନିକଟରୁ ୧୭ ଗ୍ରାମର ବ୍ରାଉନସୁଗାର ଓ ଗାଡି ଜବତ କରିଛି। ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି।

   Related Posts