କାମ ବାହାନାରେ ଲୁଟୁଥିଲା ବାଇକ, ସିସିଟିଭି ଫୁଟେଜରୁ ଲୁଟେରାକୁ କାବୁ କଲେ ଢ଼ାବା ମାଲିକ

Published By : Prameya-News7 Bureau | December 12, 2020 IST

ଢେଙ୍କାନାଳ ୧୨।୧୨: ଢ଼ାବାରେ କାମ କରିବା ବାହାନାରେ ଲୁଟୁଥିଲେ ବାଇକ। ଆଉ ଏହି ବାଇକ ଲୁଟେରାଙ୍କ ଏପରି ଚାଲାକିକୁ ପଦାରେ ପକାଇଦେଲା ସିସିଟିଭି। ଶେଷରେ କାବୁ ହେଲେ ଏହି ଲୁଟେରା।

ଏପରି ଏକ ଘଟଣାରେ ଜଣେ ବାଇକ ଲୁଟେରାକୁ ଟାଉନ ପୁଲିସ ଗିରଫ କରିଛି। ଗିରଫ ଲୁଟେରା ଜଣଙ୍କ ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ଗ୍ରାମର ଅରୁଣ ପରିଡା ବୋଲି ଜଣାପଡିଛି। ଗିରଫ ଅରୁଣ ଢେଙ୍କାନାଳ ସହର କଣ୍ଟାନାଳୀ ସ୍ଥିତ ଏକ ଢ଼ାବାରେ କାମ କରୁଥିଲେ। ତେବେ ଗତ ଦୁଇ ଦିନ ପୂର୍ବେ ରାତିରେ ଢ଼ାବା ମାଲିକଙ୍କ ହୁଣ୍ଡା ଆକ୍ଟିଭା ଗାଡିଟିକୁ ନେଇ ପଳାଇଥିଲେ।

ତେବେ ଢ଼ାବା ମାଲିକ ଲାଗିଥିବା ସିସିଟିଭିର ଫୁଟେଜକୁ ଆଧାର କରି ଅରୁଣକୁ ଚିହ୍ନଟ କରିଥିଲେ । ପରେ ମୋବାଇଲ ଟ୍ରାକ୍ କରି ଅରୁଣକୁ ଗୁରୁଡ଼ିଝାଟିଆ  ଅଂଚଳରୁ ଏକ ଜଙ୍ଗଲରୁ ଆକ୍ଟିଭାକୁ ଉଦ୍ଧାର କରିବା ସହ ଅରୁଣକୁ କାବୁ କରିଥିଲେ। ପରେ ଅରୁଣକୁ ଟାଉନ ପୁଲିସର ଜିମା ଦେଇଥିବା ଢ଼ାବା ମାଲିକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.