ଚାରି ଦିନରେ ମୁହଁ ମାଡି ପଡିଲା କଙ୍ଗନାଙ୍କ 'ଧାକଡ', ସୁପର ଫ୍ଲପ୍ କ୍ଲବରେ ସାମିଲ୍ ହେଲା ଫିଲ୍ମ

Published By : Prameya-News7 Bureau | May 24, 2022 IST

ମୁମ୍ବାଇ: ଚାରି ଦିନରେ ମୁହଁ ମାଡି ପଡିଲା କଙ୍ଗନା ରଣାଓ୍ଵତଙ୍କ ଫିଲ୍ମ 'ଧାକଡ'। ଫିଲ୍ମରେ କଙ୍ଗନା ଆକ୍ସନ ଅବତାରରେ ନଜର ଆସିଥିବା ବେଳେ ଅର୍ଜୁନ ରାମପାଲ ରୁଦ୍ରବୀର ଭୂମିକାରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମଟି ବକ୍ସ ଅଫିସରେ ସଂପୂର୍ଣ୍ଣ ଫ୍ଲପ୍ ମାରିଛି। ୧୦୦ କୋଟି ବଜେଟ୍‌ରେ ନିର୍ମାଣ ଏହି ଫିଲ୍ମ ଓ୍ଵିକେଣ୍ଡ ବେଳକୁ ଅନେକ ସିନେମାଘରୁ ହଟି ସାରିଛି। ଚଳଚ୍ଚିତ୍ରର ଅବସ୍ଥା ଏମିତି ଯେ ଏହା ସୁପର ଫ୍ଲପ୍ ଫିଲ୍ମ ତାଲିକାରେ ସାମିଲ୍ ହୋଇ ଯାଇଛି।

କଙ୍ଗନାଙ୍କ ଅଭିନୀତି ଏହି ଫିଲ୍ମ ପ୍ରଥମ ଦିନରେ ବହୁତ କମ ଆୟ କରିଥିଲା। ପ୍ରଥମ ଦିନ ଶୁକ୍ରବାର କେବଳ ୧.୨ କୋଟି ଟଙ୍କା ବ୍ୟବସାୟ କରିଥିଲା। ସେହି ପରି ଶନିବାର ୧.୦୫ କୋଟି ଏବଂ ରବିବାର ପାଖାପାଖି ୯୮ ଲକ୍ଷ ଟଙ୍କାର କାରବାର କରିଥିଲା। Sacnilk ଡଟ୍ କମ୍‌ର ରିପୋର୍ଟ ଅନୁଯାୟୀ, ଚତୁର୍ଥ ଦିନ ଫିଲ୍ମ କେବଳ ୩୦ଲକ୍ଷ ଟଙ୍କାର ବ୍ୟବସାୟ କରି ପାରିଛି। ଏହି ପରି ୪ ଦିନରେ ଫିଲ୍ମ ମୋଟ୍ ୩.୫୩ କୋଟି ଆୟ କରିଛି।

ଫିଲ୍ମ ପାଇଁ ମୋଟ୍ ୫ କୋଟି ଟଙ୍କା ଆୟ କରିବା ମୁସ୍କିଲ ହୋଇ ପଡିଛି। ବହୁତ କମ ଦର୍ଶକ ଆସୁଥିବାରୁ ଅନେକ ଥିଏଟରରୁ ଶୋକୁ ହଟାଇ ଦିଆଯାଇଛି ତ ଅନେକ ସ୍ଥାନରେ ଶୋ ରଦ୍ଦ କରିବାକୁ ପଡିଛି। 'ଭୁଲ ଭୁଲେୟା ୨' ଆଗରେ କଙ୍ଗନାଙ୍କ ଏହି ଫିଲ୍ମକୁ ଦର୍ଶକ ସଂପୂର୍ଣ୍ଣ ମୁହଁ ମୋଡି ନେଇଛନ୍ତି। ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, 'ଧାକଡ' ପାଇଁ ସାଟେଲାଇଟ୍ ଏବଂ ଡିଜିଟାଲ ରାଇଟ୍ସ ବାବଦରେ ଯେତିକି ଖର୍ଚ୍ଚ କରାଯାଇଛି, ସେତିକି ଟଙ୍କା କାଢିବା ମୁସ୍କିଲ ହୋଇ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.