Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁର ଗସ୍ତରେ DG ଅଭୟ, ମାଓ ଗତିବିଧିର କରିବେ ସମୀକ୍ଷା

6/02/2020 at 1:06 PM

ସମ୍ବଲପୁର ୦୬।୦୨: ଦିନିକିଆ ସମ୍ବଲପୁର ଗସ୍ତରେ ପୋଲିସ ମହାନିର୍ଦେଶକ ଅଭୟ। ଗୁରୁବାର ଦିନ ସକାଳୁ ବସନ୍ତପୁର ଗସ୍ତ କରି ପୋଲିସ ଟ୍ରେନିଂ ସେଣ୍ଟର ଅନୁଧ୍ୟାନ କରିଥିଲେ DGP । ଏହାପରେ DIGଙ୍କ କାର୍ଯ୍ୟାଳୟ ରେ ପହଂଚି ଉତ୍ତରାଞ୍ଚଳ ଅଧୀନରେ ଥିବା ୫ ଏସ ପି ଙ୍କ ସହ ଆଲୋଚନା କରିଛନ୍ତି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ।

ନୂତନ ଟେକ୍ନୋଲୋଜି ସହ ସାଇବର କ୍ରାଇମ,ନିଶା କାରବାର,ମାଓବାଦୀ କାର୍ଯ୍ୟକଳାପ, ଇତ୍ୟାଦି ଉପରେ ବୈଠକରେ ଆଲୋଚନା ହେବ। ମୂଖ୍ୟତଃ ଏହି ବୈଠକରେ ମାଓ ଗତିବିଧି ସକ୍ରିୟ ଥିବା ଜିଲ୍ଲା ଗୁଡିକରେ ପୋଲିସ ପ୍ରଶାସନ ତରଫରୁ କେମିତି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଆଏହା ସହ ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବା ଓ ଅପରାଧୀଙ୍କୁ କିପରି ଗିରଫ କରାଯାଇପାରିବ ସେ ନେଇ ଆଲୋଚନା ହେବ।ଏହା ସହ ଅପରାଧୀ ମାନଙ୍କ ପ୍ରତି କିଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେ ନେଇ ଏହି ବୈଠକରେ ଆଲୋଚନା ହେବ।ଏହି ବୈଠକରେ ସମ୍ବଲପୁର ସହ ବଲାଙ୍ଗୀର,ସୁବର୍ଣପୁର,ଝାରସୁଗୁଡା, ବରଗଡ଼ ର ଏସ ପି ମାନଙ୍କ ସହ ଉଚ୍ଚ ପଦାଧିକାରୀ ମାନେ ଯୋଗଦାନ କରିଛନ୍ତି।

   Related Posts