Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ମହିଳା କଙ୍କାଳ ଉଦ୍ଧାର ଘଟଣା: DGPଙ୍କୁ ନୋଟିସ୍ କଲେ NHRC

5/04/2021 at 1:28 PM

ଭୁବନେଶ୍ୱର ୫/୪: ଭୁବନେଶ୍ୱର ଯାଁଳା ଫାଣ୍ଢି ପରିସରରୁ କାର ମଧ୍ୟରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ । ପୋଲିସ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି କମିଶନ । ଆଠ ସପ୍ତାହ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୁଲିସ୍ ଡିଜିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।  

ପୋଲିସର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। ଗତ ୧୨ ଫେବୃୟାରୀ ୨୦୨୧ରେ ଏହି ଘଟଣା ଜଣାପଡିଥିଲା । ଏପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ପାଇବାରେ ପୁଲିସ୍ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ ।  ଘଟଣାର ତଦନ୍ତ ଏସଆଇଟିକୁ ହସ୍ତାନ୍ତର କରିବା ଲାଗି ଅଖଣ୍ଡ ନିବେଦନ କରିଥିଲେ ।

ଏପଟେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଛି କମିଶନରେଟ ପୋଲିସ । ୪ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସ୍କେଚ୍ ପୋଷ୍ଟର ପଠାଇଛି କମିଶନରେଟ ପୋଲିସ । ଏଥି ସହ ଏସବୁ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଛି କମିସନରେଟ ପୋଲିସ । SCRBର ୱେବସାଇଟରେ ମଧ୍ୟ କଙ୍କାଳ ସ୍କେଚ ଜାରି କରାଯାଇଛି । ପୋଷ୍ଟର ମାରିବା ପରେ ୫୦୦ରୁ ଅଧିକ ଫୋନ୍‌ କଲ ପାଇସାରିଛି ପୋଲିସ । କଙ୍କାଳଟି ଖୋର୍ଦ୍ଧା ଅଂଚଳର ଜଣେ ମହିଳା ବୋଲି ଚର୍ଚ୍ଚା ହେଉଛି, ସେ ନେଇ ତଦନ୍ତ ଚାଲିଛି ।

   Related Posts