କେଉଁଠି ପୁଲିସ୍କୁ ଗୋଲାପ ତ ଆଉ କେଉଁଠି ଗାନ୍ଧିଗିରି
20/12/2019 at 7:02 PM

ନୂଆଦିଲ୍ଲୀ ୨୦।୧୨ – ସିଏଏ ଆନ୍ଦୋଳନ ପାଇଁ ରାସ୍ତା ହେଉଛି ରଣକ୍ଷେତ୍ର । ପୋଡ଼ାଜଳା ଟେକାପଥର ମାଡ଼ ହିଂସାକାଣ୍ଡ ର ଚିତ୍ର ଗୋଟିଏ ସହରରୁ ଅନ୍ୟ ସହରକୁ ଡେଉଁଛି। କେଉଁଠି ପୋଲିସ ହିଂସାକାଣ୍ଡ ନିୟନ୍ତ୍ରଣ କରିବାକୁ ଟିୟର ଗ୍ୟାସ ଛାଢୁଛି। ଆଉ କେଉଁଠି ଲୋକେ ପୋଲିସକୁ ଘାଇଲା କରୁଛନ୍ତି। ଦିଲ୍ଲୀର ଜନ୍ତରମନ୍ତରେ ମଧ୍ୟ ସେମିତି ସ୍ଥିତି ଉପୁଜିଥିଲା। ସାମ୍ନାସାମ୍ନା ହୋଇଥିଲେ ଛାତ୍ର ଓ ପୋଲିସ। କିନ୍ତୁ ହଠାତ ଜଣେ ଛାତ୍ର ଆରମ୍ଭ କରିଥିଲା ଜାତୀୟ ସଂଗୀତ।
ବିକ୍ଷୋଭକାରୀ ଛାତ୍ର ଏକ ସ୍ବରରେ ବୋଲିଥିଲେ ଜନଗଣମନ ସଂଗୀତ। ଆଉ ପୋଲିସ ବି କେମିତି ଭୁଲିଯିବ। ଡିସିପିଙ୍କ ସହିତ ଅନ୍ୟପୋଲିସକର୍ମଚାରୀ ଠିଆ ହୋଇ ସାଥ ଦେଇଥିଲା। ପରେ ହିଂସାରୁ ଅହିଂସାରେ ଶେଷ ହୋଇଥିଲା ବିକ୍ଷୋଭ।
ସେହିପରି ଆଜି ଜାମିଆ ମିଲିଆରେ ଛାତ୍ରମାନେ ମୁନ୍ନାଭାଇର ଗାନ୍ଧିଗିରିକୁ ଆପଣାଇଥିଲେ। ଯେଉଁଠି ପୋଲିସ ଓ ଛାତ୍ର ମୁହାଁମୁହିଁ ହୋଇଥିଲେ ମଝିରେ ଥିଲା ବ୍ୟାରିକେଡ ସେହିଠାରେ ଛାତ୍ର ବଢ଼ାଇଥିଲେ ଦେଇଥିଲେ ଗୋଲାପ। ଆଉ ଛାତ୍ରଙ୍କ ଠାରୁ ଟେକାମାଡ଼ ଖାଇଥିବା ପୋଲିସ ବି ନିଜ ମାନବିକତା ଭୁଲିନଥିଲା। ଗ୍ରହଣ କରିଥିଲା ପୋଲିସ। ଧୀରେ ଧିରେ ଦେଶବ୍ୟାପୀ ହେଉଥିବା ପୋଡ଼ାଜଳା ଆନ୍ଦୋଳନ ଭାଇରାଲ ହେଉଥିବା ବେଳେ କିଛି ସ୍ଥାନରେ ଏ ଚିତ୍ର କିନ୍ତୁ ଲୋକଙ୍କ ଦିଲ୍ ଜିତିଛି।ଯେମିତି ଏ ଦୃଶ୍ୟ ଦେଖନ୍ତୁ। ଶାନ୍ତିପୂର୍ଣ୍ଣ ଭାବେ ନିଜ ମୋବାଇଲ ଟର୍ଚ୍ଚ ଅନ କରି ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।